ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅହେତୁକ ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ନୟାଗଡ଼ ବ୍ଲକ ବିଜେଡ଼ି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ବର୍ଷକୁ ୧୦ଥର ଲେଖାଏଁ ବୃଦ୍ଧି କରି ଜନସାଧାରଣଙ୍କୁ ନାହିଁ ନଥିବା ହଇରାଣ କରୁଛନ୍ତି । କେନ୍ଦ୍ର ସରକାରରେ ଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଜନସାଧାରଣଙ୍କୁ ଦରଦ ଦେଖାଉଥିବା ବେଳେ ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିବା ଦ୍ୱାରା ବସ୍ ଭଡ଼ା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକିୟ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି ।ଉତ୍ପାଦନ ଶୁଳ୍କ ବୃଦ୍ଧି ଆଳରେ ବାରମ୍ବାର ଦର ବୃଦ୍ଧି କେନ୍ଦ୍ର ସରକାର କରୁଛନ୍ତି । ଯଦ୍ଦ୍ୱାରା ହଜାର ହଜାର ଜନସାଧାରଣ କ୍ଷତିଗ୍ରସ୍ତ ହେବା ସହିତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ବିକ୍ଷୋଭ ପ୍ରଦର୍ଶନରେ ନଗରପାଳ ଗୁରୁପ୍ରସାଦ ଜେନା, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାଳତୀଗୁରୁ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଏନଏସିର ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଏବଂ ଅନ୍ୟାନ୍ୟ କର୍ମୀମାନେ ଯୋଗଦାନ କରିଥିଲେ ।





