Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରିଶଙ୍କର, ନୃସିଂହନାଥର ବିକାଶ ପାଇଁ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

by ସଞ୍ଜୟ ସ୍ୱାଇଁ
September 2, 2021
in Planning and Development, State
ହରିଶଙ୍କର, ନୃସିଂହନାଥର ବିକାଶ ପାଇଁ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
47
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ହରିଶଙ୍କର ନୃସିଂହନାଥର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ସ୍ବତନ୍ତ୍ର ପ୍ରକଳ୍ପ। ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ୨ ପର୍ୟ୍ୟଟନସ୍ଥଳୀର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇଭ-ଟି ସଚିବଙ୍କ ଉପସ୍ଥିତିରେ ପର୍ବତର ପର୍ୟ୍ୟଟନସ୍ଥଳୀର ଭବିଷ୍ୟତ ବିକାଶ ଯୋଜନା ବାବଦରେ ଆଲୋଚନା ହୋଇଥିଲା। ଏଠାକାର ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ପରମ୍ପରା ସହିତ ପ୍ରାକୃତିକ ପରିବେଶର ବିକାଶ ସହିତ, ଏଠାରେ ପର୍ୟ୍ୟଟନର କେମିତି ଉନ୍ନତି ହୋଇପାରିବ ସେନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏଥିରେ ୨ ପର୍ୟ୍ୟଟନସ୍ଥଳୀ ମଧ୍ୟରେ ରାସ୍ତାର ଉନ୍ନତି, ପର୍ୟ୍ୟଟକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା, ପିଲାମାନଙ୍କ ଖେଳିବା ପ୍ଲେ ଜୋନ୍, ପିକନିକ୍ ଜୋନ୍ , ମନ୍ଦିର ପାଇଁ ଭୋଗମଣ୍ଡପ, ରୋଷଶାଳା, ଧର୍ମଶାଳା ଆଦି ନିର୍ମାଣ କରାଯିବ। ସେହିପରି ୧୮ କିଲୋମିଟରର ଏକ ଟ୍ରେକିଂ ଲାଇନର ମଧ୍ୟ ବ୍ୟବସ୍ଥା କରାଯିବ , ଯେଉଁଥିରେ ମଝିରେ ମଝିରେ ବିଶ୍ରାମ ନେବା ଲାଗି ସୁବିଧା ରହିବ। ଏଥିରେ ଟଏଲେଟ, କାଫେ, ୱାଚ୍ ଟାୱାର ରହିବ। ହରିଶଙ୍କର -ନୃସିଂହନାଥର ବିକାଶ ପାଇଁ ଏହା ହେଉଛି ତୃତୀୟ ବୈଠକ। ଓ.ଟି.ଡି.ସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟ କମିଶନର ପ୍ରଦୀପ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!