Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଂସିତା-ଅନିଲ ଠକ ଯୋଡି, ନକଲି ଆଧାର ଓ ପ୍ୟାନ କାର୍ଡ ଦେଇ କରିଥିଲେ ପାସପୋର୍ଟ

by ସଞ୍ଜୟ ସ୍ୱାଇଁ
January 18, 2025
in Crime, State
ହଂସିତା-ଅନିଲ ଠକ ଯୋଡି, ନକଲି ଆଧାର ଓ ପ୍ୟାନ କାର୍ଡ ଦେଇ କରିଥିଲେ ପାସପୋର୍ଟ
78
VIEWS
Share on FacebookShare on Twitter

ଭୁବେନଶ୍ବର, (ବାଘୁଆବାର୍ତ୍ତା): ୪୨୦ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଜାଲ ଦସ୍ତାବିଜ ଦେଇ ପ୍ରସ୍ତୁତ କରିଥିଲେ ପାସପୋର୍ଟ। ଇନଫୋସିଟି ଥାନାରେ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ। ହିଂସିତା ଅଭିଲିପ୍ସା ନିଜର ପ୍ରକୃତ ନାମ ବିଷ୍ଣୁପ୍ରିଯା ଚାନ୍ଦ ପରିବର୍ତ୍ତନ କରି ଫେକ୍ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ବିଷ୍ଣୁପ୍ରିୟା ଚାନ୍ଦରୁ ବନିଥିଲେ ହଂସିତା ଅଭିଲିପ୍ସା। ପ୍ଲାଷ୍ଟିକ ସର୍ଜରୀ କରି ନିଜର ରୂପକୁ ପରିବର୍ତ୍ତନ କରିଥିଲେ। ୨୦୧୯ରେ ବିଷ୍ଣୁପ୍ରିୟା ଚାନ୍ଦ ପାସପୋର୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ। ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସପୋର୍ଟ ଆବେଦନ ଖାରଜ ହେଇଥିଲା। ପରେ ୨୦୨୨ରେ କଲିକତା ଯାଇ ଜାଲ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ। ସେଥିରେ ସ୍ବାମୀ ଅନୀଲ ମହାନ୍ତି ଦର୍ଶାଇ ଥିଲେ। ନକଲି ଆଧାର କାର୍ଡ ଆସିବା ପରେ ପାନ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ହଂସିତା ନାଁରେ କୌଣସି ଅପରାଧିକ ମାମଲା ନଥିବାରୁ ସହଜରେ ପାସପୋର୍ଟ ମିଳିଯାଇଥିଲା। ହଂସିତା ବିଦେଶ ଯାତ୍ରା କରିଥିଲେ। ଠକେଇ ମାମଲାରେ ପୋଲିସ ତଦନ୍ତ ସମୟରେ ସାମ୍ନାକୁ ଆସିଛି ଏହି ଫେକ ଡକ୍ୟୁମେଣ୍ଟରେ ପ୍ରସ୍ତୁତ ପାସପୋର୍ଟ। ଯାହାକୁ ନେଇ ଇନଫୋସିଟି ପୋଲିସ ନିଜଆଡୁ ଥାନାରେ ମାମଲା ରୁଜୁ କରିଛି। କିଏ ଏଥିରେ ସହଯୋଗ କରିଥିବା ଅଧିକ ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!