ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ !
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଚଣ୍ଡିବସ୍ତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ଗ୍ରାମର ମହାଦେବ ସାହୁ (୬୨) । ସୂଚନାନୁସାରେ, ମହାଦେବଙ୍କ ଘରଠାରୁ ଅନତୀ ଦୂରରେ ଥିବା ମଠପୋଖରୀ ନିକଟସ୍ଥ ଏକ ଚାକୁଣ୍ଡା ଗଛରେ ତାଙ୍କର ମୃତ ଦେହ ଆଜି ଝୁଲୁଥିବା ଦେଖିବାକୁ ମିଳିଛି । ପରିବାର ଓ କୁଟୁମ୍ବ ଲୋକେ ମୃତ ଦେହକୁ ଗଛରୁ ଓହ୍ଲାଇଥିବା ଜଣାଯାଇଛି । ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷେ, ନୟାଗଡ଼ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି ।






