ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବଡ଼ପଣ୍ଡୁସର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ବିଶ୍ୱ ହାତ ଧୁଆ ଦିବସ ପାଳନ ହୋଇଯାଇଅଛି । ବିଶ୍ୱ ହାତ ଧୁଆ ଦିବସ ବେଶି ଗୁରୁତ୍ୱ ଦିଆଯାଉଛି । ଯଦି ଠିକ୍ ଭାବେ ହାତ ପରିସ୍କାର ନ କରୁଛେ ହାତ ଆମର ଜିବାଣୁ ମାନଙ୍କ ଦ୍ୱାରା ସଂକ୍ରମଣ ହୋଇ ବିଭିନ୍ନ ସଂକ୍ରମଣ ଯଥା – ତରଳ ଝାଡ଼ା, ନାଳ ଝାଡା, କଲରା, କାମଳ ରୋଗ, ଟାଇଫଡ ଭଳି ରୋଗ ସଂକ୍ରମିତ ହୋଇଥାଏ । ହାତକୁ କିପରି ସାତୋଟି ସୋପାନରେ ଧୁଆ ଯିବ ସେ ବିଷୟରେ ରୋଗି ମାନଙ୍କୁ ବୁଝାଇଥିଲେ । ସମ୍ପ୍ରସାରଣ ଅଧିକାରୀ ପ୍ରଭାକର ପଲେଇ, ଦୀପକ ଦଳବେହେରା, ମମତା କୁମାରି ମିଶ୍ର, ମମତା ସାମନ୍ତରା, ସବିତା ବରାଡ଼, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।






