ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା କାଳରେ ସମସ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ହ୍ୟାଣ୍ଡ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ସଂକ୍ରମଣରୁ ରକ୍ଷା କରିବାରେ ଏହା ପ୍ରଭାବଶାଳୀ ବୋଲି କୁହାଯାଉଛି, କିନ୍ତୁ ଅତ୍ୟଧିକ ବ୍ୟବହାର ଯୋଗୁଁ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । କରୋନା ମୁକାବିଲା ପାଇଁ ହ୍ୟାଣ୍ଡ ସାନିଟାଇଜରର ଅତ୍ୟଧିକ ବ୍ୟବହାର ଯୋଗୁଁ ଚର୍ମ ରୋଗ ହୋଇପାରେ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ଏହାର ବହୁତ ଗମ୍ଭୀର ସାଇଡ୍ ଇଫେକ୍ଟ ହୋଇପାରେ । ବହୁଳ ବ୍ୟବହାର ଯୋଗୁଁ ଅନ୍ଧ ହେବା ସହ ଜୀବନ ମଧ୍ୟ ଯାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । କିନ୍ତୁ କରୋନାର ମୁକାବିଲା ପାଇଁ ଏହାକୁ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯାଇପାରିବ ।





