Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେଶର ଯତ୍ନ ନେବେ କିପରି ? ଆସନ୍ତୁ ଜାଣିବା

by ସଞ୍ଜୟ ସ୍ୱାଇଁ
June 2, 2021
in State
କେଶର ଯତ୍ନ ନେବେ କିପରି ? ଆସନ୍ତୁ ଜାଣିବା
201
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା) କେଶର ବୃଦ୍ଧି ତଥା ଏହା କିପରି ନ ଉପୁଡିବ ସେଥିପାଇଁ ନିୟମିତ କେଶ ପରିଚର୍ଯ୍ୟା ନିହାତି ଆବଶ୍ୟକ । ପରିଷ୍କାର ପାନିଆରେ ଅନ୍ତତଃ ଦୁଇଥର ସାମ୍ପୁ କରିବା ତଥା ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ହେଉଛି କେଶ ପରିଚର୍ଯ୍ୟାର ମୁଖ୍ୟ ଅଙ୍ଗ । ସପ୍ତାହରେ ଥରେ ସାମ୍ପୁ କରିବାର ପୂର୍ବ ଦିନ ଗରମ ତେଲ ମାଲିସ (ଆପଣ ଲଗାଉଥିବା ତେଲ) କରିବେ । ଏହାଛଡା କେଶର ବୃଦ୍ଧି ପାଇଁ ଶ୍ୱେତସାର, ପୃଷ୍ଟିସାର, ସ୍ନେହସାର, ଧାତୁସାର ଓ ଭିଟାମିନର ମଧ୍ୟ ଆବଶ୍ୟକତା ରହିଛି । ଅନେକ ମହିଳା ମୁଣ୍ଡ ଶୁଖାଇବା ପାଇଁ ମୁଣ୍ଡ ଶୁଖା ଯନ୍ତ୍ର ବ୍ୟବହାର କରିଥାନ୍ତି, କେତେକ ବାଳକୁ କୁଞ୍ଚିତ କରିବା ପାଇଁ ମଧ୍ୟ ଯନ୍ତ୍ରର ସାହାଯ୍ୟ ନିଅନ୍ତି । ଏହାଦ୍ୱାରା କେଶ ଉପୁଡେ । ପ୍ରଥମ କେଶ ଉପୁଡିବାର କାରଣଟିକୁ ଆପଣ ଲକ୍ଷ୍ୟ କରିବେ ଓ ତା’ପରେ ପ୍ରତିକାର କରିବେ । ମୋଟ କଥା ହେଲା ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସେବନ କେଶ ବୃଦ୍ଧିକୁ ଉତ୍ସାହିତ କରିଥାଏ । ଯଦି ଅଧିକ ପରିମାଣରେ ମୁଣ୍ଡରୁ କେଶ ଝଡୁଥାଏ, ତାହାହେଲେ ରୁପି ହୋଇଯିବାର ସମ୍ବାବନା ଥାଏ । କେଶ ଝଡିବା ବା କେଶ କୁଣ୍ଡାଇହେବା ନେଇ ଅଧିକାଂଶ ମହିଳା ଚିନ୍ତିତ ରହିଥାନ୍ତି । ବେଳେବେଳେ ଦେଖାଯାଏ କେଶ ଏତେ ପରିମାଣରେ ମୁଣ୍ଡରୁ ଝଡେ ଯେ, ଚନ୍ଦା ହେବାର ଆଶଙ୍କା ଦେଖାଯାଏ । ଏହା କେବଳ ଆମମାନଙ୍କ ଅଜ୍ଞତା ଓ ଆନ୍ତରିକତା ଅଭାବରୁ ହୋଇଥାଏ । କେଶକୁ ପ୍ରକୃତ ଦେଖାଶୁଣା ଅଭାବରୁ ଏପରି ହୋଇଥାଏ । ତାହାହେଲେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ଓ ଏହାର ଉପଚାର କ’ଣ? ପ୍ରଥମେ କେଶ ମୂଳ ଓ କେଶ ସଫାକରିବା ନିତାନ୍ତ ଜରୁରୀ । ରୁପି ହେବା କାରଣରୁ କେଶ ଝଡିବା ଆରମ୍ଭ କରିଥାଏ । ତେଣୁ ପ୍ରଥମେ ରୁପି କିପରି ହେବ ନାହିଁ ସେଥିପାଇଁ ଦୃଷ୍ଟିଦେବା ଆବଶ୍ୟକ । ଆଉ ମଧ୍ୟ କେତେକ ସମସ୍ୟାରୁ କେଶ ଝଡିବା ଆରମ୍ଭ ହୋଇଥାଏ । ଯେଭଳି ଜ୍ୱର, ପେଟରୋଗ, ହଠାତ ଓଜନ ବଢ଼ିବା, ହର୍ମୋନରେ ଅସନ୍ତୁଳନ, ଏନିମିଆ, ଡେଲିଭରି, ପୌଷ୍ଟିକ ଆହାରର ଅଭାବ ଆଦି କାରଣ ଏଥିରେ ଅନ୍ତର୍ଭୁକ୍ତ । ବିଭିନ୍ନ ପ୍ରକାରର ତେଲ ଲଗାଇବା ଦ୍ୱାରା ମଧ୍ୟ କେଶ ଉପୁଡିଥାଏ । ପ୍ରକୃତ ସମସ୍ୟାର ସମାଧାନ ହେଲେ କେଶ ଉପୁଡିବା ଆପେଆପେ ବନ୍ଦ ହୋଇଯାଏ । କହିବାର ଉଦ୍ଦେଶ୍ୟ ହେଲା – କେଶର ସମ୍ପର୍କ ସ୍ୱାସ୍ଥ୍ୟ ଉପରେନିର୍ଭର କରିଥାଏ । ଅନ୍ତତଃ ସୁସ୍ଥ କେଶ ପାଇବା ପାିଁ ପ୍ରଥମେ ନିଜେ ସୁସ୍ଥ ରହିବା, ଯତ୍ନବାନ ହେବା ଆବଶ୍ୟକ ଓ ସୁସ୍ଥ ହେବା ଓ ସୁସ୍ଥ କେଶ ପାଇଁ ଆପଣ କେତୋଟି ନିମ୍ନ କଥାକୁ ମନେରଖିବା ଉଚିତ । ଟିପସ-ସବୁଜ ପନିପରିବା, ତାଜାଫଳ, ଦସ୍ୱଜ୍ଞା ଦହି, ପ୍ରୋଟିନ ଓ ଆଇରନଯୁକ୍ତ ଭୋଜନ ନିୟମିତ ଭାବରେ କରନ୍ତୁ । ଦୈନିକ ବ୍ୟାୟାମ ଆପଣ ତଥା ଆପଣଙ୍କ କେଶକୁ ସୁସ୍ଥ ରଖିଥାଏ । କେଶ ଠିକ ପୋଷଣ ପାଇଁ ତେଲ ଲଗାଇବା ଅତି ଜରୁରୀ । ଏହା ଅଧିକ ଲାଭଦାୟକ ହୋଇଥାଏ । ଯନ୍ତ୍ରଣା ଓ ଚିନ୍ତାମୁକ୍ତ ରହିବା ଆବଶ୍ୟକ । ଅଧିକ ଚିନ୍ତା ଦ୍ୱାରା କେଶ ଉପୁଡିଥାଏ । ସଦା ସର୍ବଦା ଭଲ ସାମ୍ପୁ ବ୍ୟବହାର କରିବା ଉଚିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!