ଭୁବନେଶ୍ବର,(ବାଘୁଆବାର୍ତ୍ତା): କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି। ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କମିଶନରେଟ୍ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରକୁ ଗିରଫ କରାଯାଇଛି । ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଧରକୁ ଗିରଫ କରାଯାଇଛି । ଏକ ବାଇକ ଯୋଗେ ଯିବା ବେଳେ ପୁଲିସ ତାକୁ ଧରିଥିବା ଜଣାଯାଇଛି । କମିଶନରେଟ ପୁଲିସ ପାଇଁ ଏହା ବଡ଼ ସଫଳତା ବୋଲି କୁହାଯାଇପାରେ । ଶୁବଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯିବ ବୋଲି ସିପି ସୂଚନା ଦେଇଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଏସ୍ସିବିରୁ ଫେରାର ହୋଇ ଓଡ଼ିଶା ପୁଲିସ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିଥିଲା ହାଇଦର ।





