ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ହୋଟେଲ ଗୋପିନାଥଠାରେ ରୈାପ୍ୟ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ, ଜ୍ଞାନରେ ଅହଂକାର ନରହୁ ବୋଲି ପ୍ରକାଶ କରିଥିଲେ । ଏପରି ଲେଖା ସୃଷ୍ଟି ହେଉ, ଯେଉଁ ଲେଖା ସମାଜ ଗଠନ ମୂଳକ କାର୍ଯ୍ୟରେ ଲାଗି ପାରିବ । ସାହିତ୍ୟ ସହିତ ସମାଜ, ସମାଜ ସହିତ ରାଜନୀତି, ରାଜନୀତି ସହିତ ଅର୍ଥନୀତି ଅଙ୍ଗାଙ୍ଗି ଜଡ଼ିତ । ଲେଖା ବଢ଼ୁଛି, ଲେଖକ ବଢ଼ୁଛନ୍ତି ଏହା ସମାଜ ପାଇଁ ଭଲ । କିନ୍ତୁ ପରିତାପର ବିଷୟ ପରସ୍ପର ମଧ୍ୟରେ ଆଦର କାହିଁକି କମୁଛି ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି । ସେହିଭଳି ବାହାରକୁ ଯାହା ପରିସ୍ପୁଷ୍ଟିତ ହେଉଛି, ଭିତରରେ କିନ୍ତୁ ଓଲଟା ଦେଖା ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସମୟକୁ ବରବାଦ୍ କରୁଥିବା ବ୍ୟକ୍ତି ସଦାବେଳେ ବ୍ୟସ୍ତ ବୋଲି କହିବୁଲେ ବୋଲି ମତ ଦେଇଛନ୍ତି । ଏହି ସଭାରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପ୍ରଫେସର ଆଦିକନ୍ଦ ସାହୁ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ପ୍ରମୋଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଲେଖକ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।