କଟକ, (ବାଘୁଆବାର୍ତ୍ତା): ଗୁଟୁଖା ଗୋଦାମ ସିଲ୍ କଲା ପୁଲିସ୍ । ଭେଜାଲ୍ ଗୁଟୁଖା ଗୋଦାମରେ ଆଜି ଅଚାନକ ଚଢଉ କରାଯାଇଥିଲା । ଗୋଦାମ ଗୃହରୁ ୨୦୦ରୁ ଉର୍ଦ୍ଧ ଗୁଟୁଖା ବସ୍ତା ଜବତ କରିବା ସହିତ ୨ଜଣ ଅଭିଯୁୁକ୍ତଙ୍କୁ ଗିରଫ୍ କରିଛି । ଜବତ ହୋଇଥିବା ଗୁଟୁଖାର ଆନୁମାନିକ ମୂଲ୍ୟ ୩୩ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି । ସୂଚନାନୁସାରେ, କଟକ ସହରରେ କିଛିଦିନ ତଳେ ଖାଦ୍ୟ ସାମଗ୍ରୀ ଠାରୁ ସିମେଣ୍ଟ ପର୍ଯ୍ୟନ୍ତ ଭେଜାଲ ହେଉଥିବା ବେଳେ ଆଜି ପୁଣି ଭେଜାଲ ଗୁଟୁଖା ଗୋଦାମରେ ଚଢଉ ହୋଇଛି । ଗୁଟୁଖା ବ୍ୟବସାୟୀମାନେ ଭେଜାଲ ଗୁଟୁଖା କରି ସହର ଓ ସହାର ବାହାରକୁ ପଠାଉଥିବା ବେଳେ କଟକ ବାଦାମବାଡି ଅଞ୍ଚଳରେ ବେଧଡ଼କ ଭାବେ ଭେଜାଲ ଗୁଟୁଖା କାରବାର ଚାଲିଥିଲା । ବିଶେଷ ସୁତ୍ରରୁ ପୁଲିସ୍ ଖବର ପାଇ ଗୁଟୁଖା ଗୋଦାମରେ ଚଢଉ କରି ୨୦୦ବସ୍ତା ଗୁଟୁଖା ଜବତ କରିବା ସହିତ ୨ଜଣ ଅଭିଯୁକ୍ତଙ୍କୁ ଗୁରଫ୍ କରାଯାଇଛି । ଏହି ସବୁ ଭେଜାଲ ଗୁଟୁଖା କୋଲକାତାରୁ ଆମଦାନୀ ହୋଇ ଭଦ୍ରକ, ଜଗସିଂହପୁର ଜିଲ୍ଲାକୁ ଚାଲାଣ ହେବା ସହ କଟକ ସହରରେ ବିକ୍ରି ହେଉଥିଲା । ପୁଲିସ୍ ଗୁଟୁଖା ଗୋଦାମ ସିଲ୍ କରିଦେଇଥିବା ବେଳେ ଜବତ ହୋଇଥିବା ଗୁଟୁଖା ର ନମୁନା ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଇଥିବା ସୂଚନା ମିଳିଛି ।






