ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବ୍ରହ୍ମପୁରରେ ପୁଣି ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଜିଲ୍ଲା ପ୍ରଶାସନର ଚଢାଉ । ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିର ଏକ ଘରେ ବେଆଇନ୍ ଗୁଟଖା କାରବାର ଚାଲୁଥିବା ବେଳେ ଚଢାଉ କଲା ଜିଲ୍ଲା ପ୍ରଶାସନ। ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ଗୁଟଖା ତିଆରିରେ ବ୍ୟବହୃତ ହେଉଥିବା ଅନେକ ସରଞ୍ଜାମ ଜବତ। ୨ ଅଭିଯୁକ୍ତ ଥାନାରେ ଅଟକ। ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିର ଏକ ଭଡ଼ା ଘରେ ଦୀର୍ଘ ଦିନ ଧରି ବେଆଇନ୍ ଗୁଟଖା କାରବାର ଚାଲୁଥିଲା। ଏନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଚଢାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି। ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ଦୁଇଟି ଗାଡ଼ି ଜବତ କରିଛି ପୋଲିସ। ତେବେ ଭଡା ଘରେ ଏଭଳି ବେଆଇନ୍ ୟୁନିଟ୍ ଚାଲିଥିଲା ନାଆଉ କାହାର ସମ୍ପୃକ୍ତି ରହିଛି ଏନେଇ ଅଧିକ ତଦନ୍ତ ଚାଲିଛି । ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।





