Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆତ୍ମଘୋଷିତ ଗୁରୁଜୀ ମାନସ ଏବଂ ସାନଗୁରୁଜୀ ତଥା ତାଙ୍କ ପୁଅର ଗୋଟିଏ ପରେ ଗୋଟିଏ ପଲଟିକାଲ ଲିଙ୍କର ଫିଟୁଛି ଗୁମର

by ସଞ୍ଜୟ ସ୍ୱାଇଁ
September 9, 2021
in Crime, State
ଆତ୍ମଘୋଷିତ ଗୁରୁଜୀ ମାନସ ଏବଂ ସାନଗୁରୁଜୀ ତଥା ତାଙ୍କ ପୁଅର ଗୋଟିଏ ପରେ ଗୋଟିଏ ପଲଟିକାଲ ଲିଙ୍କର  ଫିଟୁଛି  ଗୁମର
198
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଚର୍ଚ୍ଚାରେ ମାନବବାଦ ତଥା ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚର କଥାକଥିତ ଗୁରୁଜୀ ମାନସ ଦାସ । ଅଭିମାନପୁର ଗ୍ରାମରେ ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ଘଟଣାରେ ସଂଗଠନ ମୁଖିଆ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଏବଂ ସାନଗୁରୁଜୀ ତଥା ତାଙ୍କ ପୁଅ ମନୋରଞ୍ଜନ ଗିରଫ ହେବା ପରେ ତାଙ୍କର ଗୋଟିଏ ପରେ ଗୋଟିଏ ପଲଟିକାଲ ଲିଙ୍କ୍‌ର ଗୁମର ଫିଟୁଛି । ପ୍ରଥମେ ୨୦୧୯ ମସିହାରେ ଫେବୃୟାରୀ ୨ ତାରିଖ ମିଶ୍ରଣ ପର୍ବରେ ବିଜେଡି ସଭାମଞ୍ଚରେ ମାନସଙ୍କ ଉପସ୍ଥିତର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବିରୋଧୀ ମାନବବାଦ୍‌ ସଂଗଠନ ଏବଂ ବିଜେଡି ଲିଙ୍କ୍‌କୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏ କଥା ଲୋକ ଭୁଲିନଥିବାବେଳେ ମାନସଙ୍କ ବିଜେପି ଓ କଂଗ୍ରେସ ଲିଙ୍କ୍‌ ପଦାକୁ ଆସିଛି । ଖୋଦ୍‌ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜେପି ନେତାଙ୍କ ସାଙ୍ଗରେ ମାନସ ଛିଡ଼ାହାଇଥିବା ଫଟୋ ଭାଇରାଲ୍‌ ହୋଇଛଇ । ଫଟୋ କେଉଁ ମସିହାର ତାହା ସ୍ପଷ୍ଟ ହୋଇନି ତଥାପି ମାନସ ଉଭୟ ଶାସକ ଓ ବିରୋଧି ଦଳର ନେତାଙ୍କ ଛତ୍ରଛାୟା ତଳେ ରହି ନିଜର ସାମ୍ରାଜ୍ୟ ଓଡ଼ିଶାରୁ ଆସାମ ଯାଏ ବିସ୍ତାର କରୁଥିବା ଅନୁମାନ କରାଯାଉଛି । ସେହିପରି ପୁଲିସ ହାତରେ ମାନସ, ତାଙ୍କ ପୁଅ, ପତ୍ନୀ, ଝିଅ ନାମରେ ଥିବା ୪ ବ୍ୟାଙ୍କ ଜମାଖାତା ଲାଗିଛି । ସେହିପରି ବହୁତ ସିଡି, ସଂଗଠନ ପରିଚୟ ପତ୍ର, ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ବିଗତ ୧୦ ବର୍ଷ ମଧ୍ୟରେ ମାନସଙ୍କ ଅର୍ଥ କାରବାର ଚେର କେତେ ବାଟ ଲମ୍ବିଛି ତାହାର ଖିଅ ଖୋଜିବାକୁ ପୁଲିସ ଯୋଜନା କରିଥିବା ଜଣାପଡ଼ିଛି । ଜବତ ଜମାଖାତାରେ କେତେ ଅର୍ଥ ରହିଛି । କିଏ ଏବଂ କ’ଣ ପାଇଁ ଦେଇଛି, ଏ ଟଙ୍କା କାରବାର ପଛରେ ରାଜନେତା ସମ୍ପୃକ୍ତ ଅଛନ୍ତି ନା ନାହିଁ, ବିଦେଶୀ ଲିଙ୍କ୍‌ ସମ୍ପର୍କରେ ଖୋଳତାଡ଼ କରିବାକୁ ପୁଲିସ ଯୋଜନା କରିଥିବା ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!