ନୟାଗଡ଼,(ବାଘୁଆବାର୍ତ୍ତା): ନୟଗଡ଼ ସହରରେ ବ୍ୟବସାୟ କରୁଥିବା ଗୁପୁଚୁପ୍ ବ୍ୟବସାୟୀମାନଙ୍କର ଏକ ବୈଠକ ଆଜି ହରିପୁ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଏବଂ ପୂର୍ବତନ କାଉନସିଂଲର ନେତ୍ରାନନ୍ଦ ସାହୁ ଯୋଗ ଦେଇ ବ୍ୟବାସାୟୀଙ୍କ ଅସୁବିଧା ସଂମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ ସଂଘକୁ ମଜୁବୁତ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଏହାକୁ ରେଜିଷ୍ଟେସନ୍ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ସଂଘ ସଭାପତି ସନାତନ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହରରେ ଗୁପଚୁପ ବିକ୍ରି ପାଇଁ କଟକଣା ଜାରି କରାଯାଇଥିବା ବେଳେ ବ୍ୟବସାୟୀମାନଙ୍କ ପେଟପାଟଣା ସଂମ୍ପର୍କରେ ଆଲୋଚନା କରାଯାଇଛି । ପୈାର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇ କିଭଳି ପାର୍ସଲ ଦେଇ ବ୍ୟବସାୟ କରାଯିବ ଏବଂ ସାମାଜିକ ଦୂରତା ଅବଲମ୍ବନ କରାଯିବା ସେ ନେଇ ବ୍ୟବସ୍ଥା କରିବାକୁ ସଂଘ ସଦସ୍ୟମାନେ ମତ ଦେଇଥିଲେ ।





