ବଲାଙ୍ଗିରୀ, (ବାଘୁଆବାର୍ତ୍ତା): ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ବେଳେ ଫରେଷ୍ଟ ଗାର୍ଡ ଉପରକୁ ଗୁଳିମାଡ଼ । ଜଙ୍ଗଲ ମାଫିଆଙ୍କ ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରେଙ୍ଗାଳିବାହାଲ ଅଞ୍ଚଳରେ । ସୂଚନାନୁସାରେ, ବଲାଙ୍ଗିରୀ ଜିଲ୍ଲା ସଇଁତଲା ବନାଞ୍ଚଳ ଅଧିନରେ ଥିବା ରେଙ୍ଗାଳିବାହାଲ ଅଞ୍ଚଳରେ ଫରେଷ୍ଟର ଜୁଗେଶ୍ୱର ବୁଡ଼େଜା ବିଳମ୍ବିତ ରାତିରେ କରମତଲା ବିଟ୍ ସୁରକ୍ଷାକର୍ମୀ ମାନଙ୍କ ସହିତ ମିଶି ପ୍ରେଟ୍ରୋଲିଂ କରୁଥିଲେ । ରେଙ୍ଗାଳିବାହାଲ ଗାଁ ନିକଟରେ କିଛି କାଠ ମାଫିଆଙ୍କୁ ସେମାନେ ଧରିବାକୁ ଉଦ୍ୟମ କରୁଥିବା ବେଳେ କାଠ ମାଫିଆ ଫରେଷ୍ଟରଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଗୁଳିମାଡ଼ରେ ଜୁଗେଶ୍ୱରଙ୍କ ପେଟରେ ଗୁଳି ବାଜିଥିଲା । ସାଙ୍ଗେ ସାଙ୍ଗେ ସୁରକ୍ଷା କର୍ମୀମାନେ ଫରେଷ୍ଟର ଜୁଗେଶ୍ୱରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜୁଗେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସଇଁତଳା ଥାନା ପୁଲିସ୍ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।






