ନୀଳଗିରି, (ବାଘୁଆବାର୍ତ୍ତା): ଶିକାରୀର ଗୁଳି ମାଡ଼ରେ ଘାଇଲା ହୋଇଛି ନାବାଳକ । ନାବାଳକ ଜଣକ ଘାଇଲା ହୋଇ ହସ୍ପିଟାଲରେ ଚିକତ୍ସିତ ହେଉଥରବା ଜଣାପଡିଛି । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଚେକାମରା ଗ୍ରାମର ସପ୍ତମ ଶ୍ରେଣୀରେ ପଢୁଥିବା ରବିନ୍ଦ୍ର ସିଂ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ନାବାଳକ ଜଣକ ବସିଥିବା ବେଳେ ଶିକାରୀ ଜଣକ ଗୁଳି ମାଡ କରିଥିଲା । ଯାହାଫଳରେ ନାବାଳକର ବେକ ଓ ହାତରେ ଗୁଳି ବାଜିଥିଲା । ନାବାଳକର ଚିକ୍ରାର ଶୁଣି ସ୍ଥାନୀୟ ଲୋକ ଆସି ନାବାଳକ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବରମପୁର ପୁଲିସ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।





