Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଶାରେ ବଢୁଛି ଚୋରା ବନ୍ଧୁକ ବେପାର

by ସଞ୍ଜୟ ସ୍ୱାଇଁ
March 23, 2025
in Crime, State
ଓଡିଶାରେ ବଢୁଛି  ଚୋରା ବନ୍ଧୁକ ବେପାର
54
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଟକ ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାର ତନାଘନା ପରେ ସାମ୍ନାକୁ ଆସିଛି ବହୁ ରୋଚକ ତଥ୍ୟ। ରାଜ୍ୟରେ ଠାବ ହୋଇଥିବା ଚୋରା ବନ୍ଧୁକ ନିର୍ମାଣରେ ବିହାରୀ କାରିଗରଙ୍କ ସମ୍ପୃକ୍ତି ଥିବାବେଳେ ଓଡ଼ିଆ ବନ୍ଧୁକ ବେପାରୀ ଏହାକୁ ବିକ୍ରି କରିଛନ୍ତି। ଓଡ଼ିଶାର ଅସାମାଜିକ ବ୍ୟକ୍ତିମାନେ ବିହାରୀ କାରିଗରଙ୍କୁ ଆଣି ଏଠାରେ ବନ୍ଧୁକ ନିର୍ମାଣ କାମରେ ନିୟୋଜିତ କରୁଛନ୍ତି। ପ୍ରତି କାରଖାନାରେ ଦୈନିକ ହାରାହାରି ୩ରୁ ୪ଟି ବନ୍ଧୁକ ନିର୍ମାଣ କରାଯାଉଛି ଏବଂ ପ୍ରସ୍ତୁତ ବନ୍ଧୁକଗୁଡ଼ିକୁ ପଶ୍ଚିମବଙ୍ଗ ମାଲଦାର ମାଫିଆଙ୍କ ଜରିଆରେ ଚୋରା ବନ୍ଧୁକଗୁଡିକ ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ ଇତ୍ୟାଦି ରାଜ୍ୟକୁ ଚାଲାଣ ହେଉଛି। କଟକରୁ ବନ୍ଧୁକ କାରଖାନା ଜବତ ଘଟଣାରେ ଦୁଇ ବିହାର ବନ୍ଧୁକ କାରିଗର ଅବିଦ୍ ହୁସେନ୍, ସାମ୍‌ସେର ଆଲାମ୍ ଓରଫ କାଲୁର ସମ୍ପୃକ୍ତି ରହିଥିଲା। ସେମାନଙ୍କୁ ମାଷ୍ଟରମାଇଣ୍ଡ୍ ତଥା ଚାଲାଣକାରୀ ଚଗଲା ଖୁଣ୍ଟିଆ ଓଡ଼ିଶାରେ ବନ୍ଧୁକ କାରଖାନାରେ ନିଯୁକ୍ତି ଦେଇଥିଲା। ଘର ମାଲିକ ଶରତ ଯାଦବଙ୍କ ଗୁହାଳ ଘରେ ବନ୍ଧୁକ ନିର୍ମାଣ କରାଯାଉଥିଲା। କେବଳ କଟକ ନୁହେଁ, ନିକଟ ଅତୀତରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ବାରିପଦା, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା, କଳାହାଣ୍ଡି, ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ଧୁକ କାରଖାନା ଠାବ ହୋଇଛି। ଓଡ଼ିଶା ପୁଲିସର ତଥ୍ୟ ଅନୁଯାୟୀ ୨୦୨୨ ମସିହାରେ ୯୩ଟି ବନ୍ଧୁକ ୨୧୬ ଗୁଳି ଜବତ ହୋଇଥିଲା। ୨୦୨୧ରେ ୩୪୮ ବନ୍ଧୁକ ଓ ୫୩୨ଟି ଗୁଳି, ୨୦୨୦ ୨୦ଟି ବନ୍ଧୁକ ୭ ଗୁଳି, ୨୦୧୯ରେ ୧୧୦ ବନ୍ଧୁକ ଓ ୧୨୧ ଗୁଳି, ୨୦୧୮ରେ ୩୫୭ ବନ୍ଧୁକ ଓ ୫୩୯ ଗୁଳି ଜବତ ହୋଇଛି। ଏହି ୫ବର୍ଷରେ ଓଡ଼ିଶାରେ ମୋଟ ୯୨୮ଟି ଚୋରା ବନ୍ଧୁକ ଓ ୧୪୧୫ଟି ଗୁଳି ଜବତ କରାଯାଇଛି। ମାତ୍ର ଗତ ଦୁଇବର୍ଷରେ ୧ହଜାରରୁ ଅଧିକ ବନ୍ଧୁକ ଜବତ ହୋଇଛି। ସେହିପରି ବିହାରରେ ବ୍ୟବସାୟୀମାନେ ରାଇଫଲ୍(ମାସ୍କେଟ୍), ରିଭଲଭର, ପିସ୍ତଲ, ମାଉଜର ଏବଂ କାର୍ବାଇନ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତିଆରି କରୁଛନ୍ତି। ଏହି କାରବାରରେ ସବୁବର୍ଗର ବ୍ୟକ୍ତିବିଶେଷମାନେ ସାମିଲ ହୋଇଛନ୍ତି। ସେମାନେ ପ୍ରସ୍ତୁତ କରୁଥିବା ବନ୍ଧୁକରେ ମେଡ୍ ଇନ୍ ଇଂଲଣ୍ଡ, ମେଡ୍ ଇନ୍ ଚାଇନା, ମେଡ୍ ଇନ୍ ଆମେରିକା, ମେଡ ଇନ୍ ଜାପାନ, ମେଡ୍ ଇନ୍ ଜର୍ମାନ ଇତ୍ୟାଦି ଲେଖି ବଜାରକୁ ଛାଡୁଛନ୍ତି। କଟ୍ଟା ଭାବରେ ପରିଚିତ ସିଙ୍ଗଲ୍-ସଟ୍ ପିସ୍ତଲ ୨ ହଜାର ଟଙ୍କାରେ ବିକ୍ରି ହେଉଛି। ଶସ୍ତା ହୋଇଥିବାରୁ ଛୋଟ ଅପରାଧୀଙ୍କ ମଧ୍ୟରେ ଏହାର ଚାହିଦା ଅଧିକ। ସେହିପରି ସେମି-ଅଟୋମେଟିକ୍ ପିସ୍ତଲର ୧୫ ହଜାରରୁ ୨୦ ହଜାର ଟଙ୍କା ରେ ଓ କାର୍ବାଇନ୍ ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଦେଢ଼ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏକେ-୪୭ ରାଇଫଲ ବି ମିଳିଯାଉଛି। ବିହାରର ମୁଙ୍ଗେରରେ ଏବେ ୫ରୁ୬ଟି ସ୍ୱୀକୃତିପ୍ରାପ୍ତ ବନ୍ଧୁକ କାରଖାନା କାମ କରୁଛି। ଏହି କାରଖାନାରେ କେବଳ ସିଙ୍ଗଲ୍ ଓ ଡବଲ ବ୍ୟାରେଲ୍ ବନ୍ଧୁକ ପ୍ରସ୍ତୁତ ହେଉଛି। କିନ୍ତୁ ଗଲା ୪/୫ବର୍ଷ ଭିତରେ କେବଳ ମୁଙ୍ଗେର ଜିଲ୍ଲାରେ ପ୍ରାୟ ୯୫ଟି ବେଆଇନ ବନ୍ଧୁକ କାରଖାନା ଠାବ ହୋଇସାରିଲାଣି। ଏହି କାରଖାନାରେ ରିଭଲଭରଠୁ କାର୍ବାଇନ୍ ଯାଏ ଅତ୍ୟାଧୁନକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରାଯାଉଛି। ପୂର୍ବରୁ ମୁଙ୍ଗେରର ୧୩ଟି ଗାଁରେ ଚୋରା ବନ୍ଧୁକ ପ୍ରସ୍ତୁତି କାରବାର ଚାଲିଥିଲା। ବଙ୍ଗଳାର ନବାବ ମୀର କାସିମ୍ ବିହାରର ମୁଙ୍ଗେର ଜିଲ୍ଲାରେ ପ୍ରଥମ ବନ୍ଧୁକ କାରଖାନା ଖୋଲିଥିଲା। ପରେ ଏହି କାରବାରରେ ବିହାରର ଆଉ ୮ଟି ଜିଲ୍ଲା ଯୋଡ଼ି ହେଲାଣି। ମୁଙ୍ଗେର ଜିଲ୍ଲା ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଥିବା ବେଳେ ଗଙ୍ଗା ନଦୀ କୂଳରେ ଚୋରା ବନ୍ଧୁକ କାରଖାନା ଖୋଲିଛି। ପୁଲିସ ନଦୀ ପାର୍ ହୋଇ କାରଖାନାରେ ପହଞ୍ଚିବା ପୂର୍ବରୁ ବାଲିରେ ବନ୍ଧୁକକୁ ଲୁଚାଇ ଦିଆଯାଏ। କିନ୍ତୁ ବିହାରରେ ଚଢ଼ଉ ପରେ ଏବେ ବିହାରୀ ମାଫିଆ ଓଡ଼ିଶାରେ ନିଜ କାରଖାନା ଖୋଲିବା ଉପରେ ଅଧିକ ଯତ୍ନଶୀଳ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!