Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼

by ସଞ୍ଜୟ ସ୍ୱାଇଁ
February 12, 2025
in Crime, State
ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼
47
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାମାନ୍ୟ ବଚସାକୁ ନେଇ ଗୁଳି ଚଳାଇଲେ ଯୁବକ । ନାବାଳକର ଜଙ୍ଘରେ ବାଜିଲା ଗୁଳି । ଚିକିତ୍ସା ପାଇଁ ଆହତ ନାବାଳକକୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କଲେ ପରିବାର ଲୋକେ । ଅନୁଗୁଳ ଜିଲ୍ଲା ଇଣ୍ଡଷ୍ଟ୍ରିଆଲ୍ ଥାନା (ନିଶା) ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ହୋଇଥିବା ନାବାଳକଙ୍କ ପରିବାରର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ଗୁଳିମାଡ଼ କରିଥିଲା । ଦୁର୍ଭାଗ୍ୟବଶତଃ ଗୋଟିଏ ଗୁଳି ନାବାଳକ ଜଙ୍ଘରେ ବାଜିଥିଲା । ଏହା ଦେଖି ପରିବାର ଲୋକେ ତୁରନ୍ତ ନାବାଳକକୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପରେ ନାବାଳକକୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁ କାରଣରୁ ଗୁଳି ମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ବି ମିଳିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!