Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’

by ସଞ୍ଜୟ ସ୍ୱାଇଁ
September 26, 2021
in State
ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’
162
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’। ସକାଳ ସାଢ଼େ ୮ଟା ସୁଦ୍ଧା ଏହା ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିବା ବେଳେ ପଶ୍ଚିମକୁ ଗତି କରୁଛି। ଶେଷ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଥିବା ଜଣାପଡ଼ିଛି। ସେହିପରି ଏହା ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରତାରେ ଥିବା ବେଳେ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି। ଆଜି ମଧ୍ୟରାତ୍ରରେ ଏହା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ବାତ୍ୟା ‘ଗୁଲାବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ରାତି ପ୍ରାୟ ୯ଟା ବେଳୁ ଆରମ୍ଭ ହୋଇଯିବ। ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ। ଅତିବେଶୀରେ ପବନର ବେଗ ଏହି ସମୟରେ ଘଣ୍ଟା ପ୍ରତି ୯୫ କିଲୋମିଟର ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଏହି ବାତ୍ୟା ଯୋଗୁ ଓଡ଼ିଶାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ ଆନ୍ଧ୍ର ପ୍ରଦେଶରେ ଶ୍ରୀକାକଚଲମ୍ ଜିଲ୍ଲାରେ ‘ଗୁଲାବ’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଗଜପତି, କୋରାପୁଟ ଓ ମାଲକାନଗିରି ଦେଇ ଏହା ଛତିଶଗଡ଼ ଆଡ଼କୁ ଗତି କରିବ। ସେ କହିଛନ୍ତି, ଗୁଲାବକୁ ନେଇ ମୁଖ୍ୟତଃ ୩ଟି ସମସ୍ୟା ଦେଖାଦେଇପାରେ। ପବନ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ। ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିପାରେ। ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ ପଡ଼ିବ। ଏସ୍‌ଆର୍‌ସି କହିଛନ୍ତି, ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ। ଫ୍ଲାସ୍ ଫ୍ଲଡ ବି ଆସିବାର ସମ୍ଭାବନା ରହିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଆଜି ସନ୍ଧ୍ୟାରୁ କାଲି ସକାଳ ପର୍ୟ୍ୟନ୍ତ ଲୋକମାନଙ୍କୁ ସତର୍କ ପରାମର୍ଶ ରହିବାକୁ ପଡ଼ିବ। ଲୋକେ ମାଟି ଘରେ ନ ରହି ରାତିକ ପାଇଁ ଯେ କୌଣସି କୋଠାଘରେ ରୁହନ୍ତୁ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!