ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଥିବା ଶୁଭମ ଇଲୋକ୍ଟ୍ରୋନିକ୍ସ ମାଲିକ କାହ୍ନୁ ପାତ୍ରଙ୍କୁ ପୁଲିସ ଗିରଫ କରିଛି । ଗୁଜୁରାଟର ଜଣେ ବ୍ୟବସାୟୀଙ୍କ ଠାରୁ ବେଶ ମୋଟା ଅଙ୍କର ମାଲ ଖରିଦ କରି ଏକ ଚେକ ଦେଇଥିଲେ । ଉକ୍ତ ଚେକ ବାଉନ୍ସ ହୋଇଥିବା କାରଣରୁ ବ୍ୟବସାୟୀ ଜଣଙ୍କ ଗୁଜୁରାଟରେ ଆଇନର ଆଶ୍ରୟ ନେଇଥିଲେ । ଗୁଜୁରାଟ ପୁଲିସ ଦୁଇ ଦିନ ତଳେ ନୟାଗଡ଼ ଆସି ନୟାଗଡ଼ ପୁଲିସ ସହାୟତାରେ କାହ୍ନୁ ପାତ୍ରଙ୍କୁ ଗିରଫ କରିଥିବା ସୁଚନା ମିଳିଛି । ତାଙ୍କୁ ନୟାଗଡ଼ କୋର୍ଟରେ ହାଜର କରାଯିବା ପରେ ଗୁଜୁରାଟ ନିଆଯାଇଛି ।





