Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତାରେ ଗୁହାରିଆ ପଡ଼ି ହରିଦ୍ୱାର ଯାତ୍ରା

by ସଞ୍ଜୟ ସ୍ୱାଇଁ
March 17, 2020
in Feature News
ରାସ୍ତାରେ ଗୁହାରିଆ ପଡ଼ି ହରିଦ୍ୱାର ଯାତ୍ରା
14
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ଥା): ସଂସାରର ମୋହମାୟାକୁ ତୁଟାଇ ଭଗବାନଙ୍କର ଶରଣାଶ୍ରିତ ହେବାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ରାସ୍ତାରେ ଗୁହାରିଆ ପଡି ପଡି ଦୀର୍ଘତମ ରାସ୍ତା ଅତିକ୍ରମ କରି ହରିଦ୍ୱାର ଯିବା ପାଇଁ ସଙ୍କଳ୍ପ ନେଇଛନ୍ତି । ଏଭଳି ଜଣେ ଭକ୍ତଙ୍କୁ ଆଜି ଦେଖିବାକୁ ମିଳିଥିଲା ଗଣିଆରେ । ହାତରେ ଗୋଟିଏ ଘଣ୍ଟି ଧରି ରାସ୍ତାରେ ଗୁହାରିଆ ପଡି ପଡି ଚାଲିଥିଲେ ଆଗକୁ ଆଗକୁ । ରାସ୍ତାରେ ସାଷ୍ଟାଙ୍ଗ ପ୍ରଣିପାତ କରି ଘଣ୍ଟି ରଖୁଛନ୍ତି ଓ ପୁଣି ଥରେ ଉଠି ଘଣ୍ଟି ରଖିବା ସ୍ଥାନରୁ ତଳେ ଶୋଉଛନ୍ତି । ଏଭଳି ରାସ୍ତାରେ ଗୁହାରିଆ ପଡି ପଡି ଆଗକୁ ଆଗକୁ ମାଡି ଚାଲିଛନ୍ତି । ପଚାରିଲେ କେବଳ ଦୁଇ ପଦ କଥା କହୁଛନ୍ତି । ଦୀର୍ଘ ୩ ମାସ ଧରି ସେ ଏଭଳି କଷ୍ଟସାଧ୍ୟ ଯାତ୍ରା ଆରମ୍ଭ କରିଛନ୍ତି । ସେ ପୁରୀରୁ ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ହରିଦ୍ୱାର ଯିବେ ବୋଲି ଜଣାଇଛନ୍ତି । ଏଭଳି କଷ୍ଟସାଧ୍ୟ ଯାତ୍ରାର ରହସ୍ୟ ପଚାରିଲେ ସବୁ ଭଗବାନଙ୍କର ଇଛା ବୋଲି ସେ ପ୍ରକାଶ କରିଛନ୍ତି । ଦିନ ତମାମ ସେ ତାଙ୍କର ଯାତ୍ରା ଚାଲୁ ରଖିଥିବା ବେଳେ ରାତି ହେଲେ ବିଶ୍ରାମ ନେଉଛନ୍ତି । ଯଦି କିଏ କିଛି ଦେଲେ ଖାଉଛନ୍ତି ନହେଲେ ଉପାସ ରହୁଛନ୍ତି । ସାଙ୍ଗରେ ଗୋଟିଏ ଟ୍ରଲି ଥିବା ବେଳେ ରାତିରେ ସେଥିରେ ବିଶ୍ରାମ ନେଉଛନ୍ତି । ତେବେ ସେ କେଉଁଠାରୁ ଆସିଛନ୍ତି,ଘର ଠିକଣା କିଛି କହୁ ନାହାନ୍ତି । ଭଗବାନଙ୍କର ଚରଣାଶ୍ରିତ ହେବା ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ସଂସାରର କଳୁଷିତ ଜୀବନରୁ ନିଜକୁ ବଞ୍ଚାଇବା ପାଇଁ ସେ ଏଭଳି ଉଦ୍ୟମ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ନିଜ ପରିବାର ସମ୍ପର୍କରେ ମଧ୍ୟ କିଛି ବି ତଥ୍ୟ ଦେଉ ନାହାନ୍ତି । ଏଭଳି ଘଟଣା ଦେଖି ଗଣିଆରେ ଲୋକ ଚକିତ ହେବାରେ ଲାଗିଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!