ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅଞ୍ଚଳର ୧୭ ଖଣ୍ଡ ଗ୍ରାମ ଏବଂ ଗୁଡ଼ୁପାଙ୍ଗୀ ମଧ୍ୟରେ ଥିବା ରାସ୍ତା ବିବାଦ ପାଇଁ ଆଜି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ସକାଳୁ ୧୭ ଖଣ୍ଡ ଗ୍ରାମବାସୀ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ୩ ହଜାରରୁ ଉଦ୍ଧ୍ୱର୍ ଲୋକ ରାସ୍ତାରୋକକୁ ଓହ୍ଲାଇଥିବା ବେଳେ ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡ଼ି ଅଟକି ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟାଉନଥାନା ଏବଂ ସଦରଥାନା ଥାନା ଅଧିକାରୀ ସଦଳବଳେ ଉପସ୍ଥିତ ରହିଛନ୍ତି । ସମସ୍ୟା ସଂମ୍ପର୍କରେ ଆଲୋଚନା ପାଇଁ ଘଟଣାସ୍ଥଳରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଏସଡିପିଓ ଶୁଭେନ୍ଦୁ ସିହ୍ନା, ନୟାଗଡ଼ ତହସିଲଦାର ଭିକାରୀ ସାହୁ ଏବଂ ନୂଆଗାଁ ତହସିଲଦାର ପହଞ୍ଚି ୧୭ ଖଣ୍ଡ ଗ୍ରାମ ମୁଖିଆଙ୍କ ସହ ଆଲୋଚନା କରିଥିଲେ। ସୂଚନାମୁତାବକ, ପ୍ରଶାସନ ପକ୍ଷରୁ ୧୭ଖଣ୍ଡ ଗ୍ରାମକୁ ସମସ୍ତ ସାହାଯ୍ୟ ସହଯୋଗ କରାଯିବ । ଗୁଡୁପାଙ୍ଗି ଗ୍ରାମବାସୀ କରିଥିବା ଟ୍ରିବୁନାଲ କେସର ଜବାବ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରିବୁନାଲ କୋର୍ଟରେ ସମସ୍ତ ସୁଚନା ଦିଆଯାଇଛି । ଏହାର ନକଲ ପାଇଁ ୧୭ଖଣ୍ଡ ଗ୍ରାମବାସୀ ଅଡି ବସିଥିଲେ । ଏହାର କପି ସେମାନଙ୍କୁ ପ୍ରଦାନ କରାଯିବ । ଏହି ଆଧାରରେ ୧୭ ଖଣ୍ଡ ଗ୍ରାମବାସୀ ରାସ୍ତାରୋକରୁ ହଟିଥିବା ଜଣାପଡିଛି ।





