ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନ ସଂକ୍ରମଣ ବୃଦ୍ଧିକୁ ଦେଖି କଟକଣାକୁ ଆହୁରି ସଶକ୍ତ କରିଛନ୍ତି ମହାରାଷ୍ଟ୍ର ସରକାର । ଏବେ ରାଜ୍ୟରେ କର୍ଫ୍ୟୁ ଲାଗିଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟର ଦୋକାନ ଖୋଲା ରହିଛି । ତେବେ ଏହିସବୁ ଦୋକାନର ଖୋଲିବା ସମୟରେ ଆଜି ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି । ଏଣିକି ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରି ହେଉଥିôବା ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲିପାରିବ । ଏହା ପରେ କୌଣସି ବି ଦୋକାନ ଆଉ ଖୋଲିବ ନାହିଁ । ସେହିପରି ରାତି ୮ଟା ପରେ ହୋମ ଡେଲିଭରୀ ମଧ୍ୟ ଉପଲବ୍ଧ ହେବନାହିଁ ବୋଲି ସରକାର କହିଛନ୍ତି । ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ସମସ୍ତ ଗ୍ରୋସରୀ, ପନିପରିବା, ଦୁଗ୍ଧ, ବେକରୀ, ଫଳ ବିକ୍ରି ହେଉଥିôବା ଦୋକାନ ୪ ଘଣ୍ଟା ଯାଏ ବ୍ୟବସାୟ କରିପାରିବେ । ଏଗୁଡ଼ିକ ସକାଳ ୭ଟାରୁ ୧୧ଟା ଯାଏ ଖୋଲିବ । ଚିକେନ୍, ମଟନ, ଅଣ୍ଡା, ମାଛ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ପାଇଁ ମଧ୍ୟ ଏହା ଲାଗୁ ହେବ । ପୂର୍ବରୁ ଏଗୁଡ଼ିକ ରାତି ୮ଟା ଯାଏ ଖୋଲା ରହୁଥିଲା । କିନ୍ତୁ ଏବେ ଏହାକୁ ୪ ଘଣ୍ଟାକୁ ହ୍ରାସ କରିଦିଆଯାଇଛି । ସ୍ଥାନୀୟ ପ୍ରଶାସନର ମନୁମତି କ୍ରମେ ସକାଳ ୭ଟାରୁ ରାତି୮ଟା ଯାଏ ହୋମ ଡେଲିଭରୀ କରାଯାଇ ପାରିବ ।






