Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବୁଜ ମହାନଦୀ ମିଶନ କମିଟିର ପ୍ରସ୍ତୁତି ବୈଠକ

by ସଞ୍ଜୟ ସ୍ୱାଇଁ
September 6, 2018
in Sports
41
VIEWS
Share on FacebookShare on Twitter

ଗଣିଆ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ବନଖଣ୍ଡ ଅଧିନସ୍ଥ ଗଣିଆ ବନାଞ୍ଚଳ ପକ୍ଷରୁ ବ୍ଲକ୍ ସଦ୍ଭାବନା ଗୃହଠାରେ ବ୍ଲକ୍ସ୍ତରୀୟ ସବୁଜ ମହାନଦୀ ମିଶନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଗୋଦାବରୀଶ ପଣ୍ଡା, ସହକାରୀ ବନ ସଂରକ୍ଷକ ଅରବିନ୍ଦ ମହାନ୍ତି, ଦୟାନିଧି ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ବିଡିଓ ସରୋଜ କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ମହେଶ୍ୱର ମହାରଣା, ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ଗଣିଆ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲକ୍ଲି , ଫରେଷ୍ଟର ସୁମିତ୍ରା ମିଶ୍ର ଓ ଶିଶିର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଓ ଜଳସେଚନ ବିଭାଗ ଅଧିକାରୀଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟମାନେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ବନଖଣ୍ଡ ଅଧିକାରୀ କାର୍ଯ୍ୟକ୍ରମର ଲକ୍ଷ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସବୁଜ ମହାନଦୀ ମିଶନ ଯୋଜନାରେ ଗଣିଆ ବ୍ଲକ୍ ଦେଇ ପ୍ରବାହିତ ହୋଇଥିବା ମହାନଦୀର ଅବବାହିକାରେ କିଶୋର ପ୍ରସାଦ ପଞ୍ଚାୟତର ପତୁରିଆ ଠାରୁ ଛାମୁଣ୍ଡିଆ ପଞ୍ଚାୟତର ବୃତ୍ତଙ୍ଗ ନଦୀ ପର୍ଯ୍ୟନ୍ତ ସବୁଜ ବଳୟ ସୃଷ୍ଟି କରାଯିବା ପାଇଁ ଆଲୋଚନା କରାଯାଇଥିଲା । କାଜୁ, ଫାଶି, ବାଉଁଶ ଓ ଶାଗୁଆନ ଆଦି ଗଛ ଲଗାଯିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ଜଙ୍ଗଲ ଜମି ଓ ରାଜସ୍ୱ ଜମିରେ ଏହି ଗଛ ଲଗାଯିବା ସହ ବ୍ୟକ୍ତିଗତ ରୟତ ଜମିରେ ବୃକ୍ଷରୋପଣ ପାଇଁ ବନବିଭାଗ ପକ୍ଷରୁ ମାଗଣାରେ ଚାରା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ ।

ଏତଦ୍ବ୍ୟତୀତ ଉପନଦୀ ବୃତ୍ତଙ୍ଗ ମୁହାଣଠାରୁ ଛାଡମୂଳ ଭଗାମୁଣ୍ଡ ପର୍ଯ୍ୟନ୍ତ ବୃତ୍ତଙ୍ଗ ଉପନଦୀର ପାଶ୍େୱର୍ ର ସବୁଜ ବଳୟ ସୃଷ୍ଟି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାଦ୍ୱାରା ମହାନଦୀ ଓ ଉପନଦୀଗୁଡିକର କୂଳରେ ମୃତ୍ତିକା ଅବକ୍ଷୟକୁ ରୋକାଯାଇ ପାରିବା ସହିତ ନଦୀଗୁଡିକର ଜଳଧାରଣ କ୍ଷମତା ବୃଦ୍ଧି ପାଇବ ଏବଂ ନଦୀମାନଙ୍କର ଚିରତ୍ରୋତାଗୁଣ ଅକ୍ଷୂର୍ଣ୍ଣ ରହିବ ବୋଲି ମତପ୍ରକାଶ ପାଇଥିଲା । ଏନେଇ ନଦୀକୂଳିଆ ଗାଁ ଗୁଡିକରେ ବୈଠକ କରାଯାଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ । ସବୁଜ ମହାନଦୀ ମିଶନ ଯୋଜନାର ସଫଳ ରୂପାୟନ ପାଇଁ ବନଖଣ୍ଡ ଅଧିକାରୀ ପଞ୍ଚାୟତ ପ୍ରତିନିଧିମାନଙ୍କର ସହଯୋଗ କାମନା କରିଥିଲେ । ଶେଷରେ ଫରେଷ୍ଟର ସୁମିତ୍ରା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!