ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସମ୍ମିଳନୀ କକ୍ଷରେ ଭାପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ୱାବଲମ୍ବି କାରିଗର ମାନଙ୍କର ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ତର୍ଯ୍ୟାମୀ ଦାଶ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅମରେଶ ପଣ୍ଡା ଯୋଗ ଦେଇ ସ୍ୱାବଲମ୍ବି କାରିଗରମାନେ କିଭଳି ଭାବରେ ସ୍ୱଚ୍ଛ ପାନୀୟ ଜଳ ଲୋକମାନଙ୍କୁ ଯୋଗାଇ ପାରିବେ ସେଥିପାଇଁ ଯତ୍ନବାନ ହେବା ଆବସ୍ୟକ ବୋଲି ମତ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ନେଇଥିବା ପଦକ୍ଷେପକୁ ଠିକ ଭାବରେ କାର୍ଯ୍ୟକାରୀ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଶିବିରରେ ୨୦ ଗୋଟି ଗ୍ରାମ ପଂଚାୟତରୁ ୧୧୦ ଜଣ କାରିଗର ଯୋଗ ଦେଇଥିଲେ ।