ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଅଧିନରେ କାର୍ଯ୍ୟରତ ଗ୍ରାମୀଣ ଆଇନ୍ ସଚେତନତା କର୍ମୀଙ୍କ ଦ୍ୱାରା ନୟାଗଡ଼ ବସ୍ଷ୍ଟାଣ୍ଡ ଠାରେ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଆଜି ୧୧ଘଟିକା ସମୟରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ନୟାଗଡ଼ ବସ୍ଷ୍ଟାଣ୍ଡରେ ପହଞ୍ଚି ଜନସାଧାରଣଙ୍କୁ ମାସ୍କ ବାଣ୍ଟିବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଇଥିଲେ । କରୋନାକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ନୟାଗଡ଼ ପୋଲିସ୍ର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଅମିତା ପ୍ରଧାନ, ଦେବାଶିଷ ପଟ୍ଟନାୟକ, ଲିପ୍ସା ଦାସ, ନବକିଶୋର ସାଥୁଆ, ମାନସରଞ୍ଜନ ବଳବନ୍ତରାୟ, ଅର୍ଚ୍ଚିତା ଆଦ୍ୟାସା, ମମତା ବେହେରା, ଅର୍ପିତା ମହାପାତ୍ର, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକଙ୍କୁ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ ।







