ନୟାଗଡ଼, (ବାଘୁଆବାର୍ତ୍ତା) : ଜଟଣୀ ପୁଲିସକୁ ସାହାର୍ଯ୍ୟ କରିବାକୁ ଯାଇ ଆଜି ହରଡ଼ଗଣାରେ ପଡ଼ିଲା ଇଟାମାଟି ପୁଲିସ । ଭୁଲ ଠିକଣାରେ ପହଂଚି ଭୁଲ ଲୋକକୁ ଉଠାଇ ଆଣିବାରୁ ଉତ୍ତ୍ୟେକ୍ତ ଗ୍ରାମବାସୀଙ୍କ ଦ୍ୱାରା ପୁଲିସ ଅଟକ ରହିଛି । ସୂଚନାନୁସାରେ, ଜଣେ ଯୁବକ ଜଟଣୀ ଅଂଚଳରୁ ମାମାଲି ନାମ୍ନୀ ଜଣେ ଯୁବତୀଙ୍କୁ ଉଠାଇ ଆଣିଥିବା ନେଇ ଜଟଣୀ ପୁଲିସ ଆଜି ଯବତୀଙ୍କୁ ଉଦ୍ଧାର କରିବା ପାଇଁ ଇଟାମାଟି ପୁଲିସ ସହାୟତାରେ ଆସିଥିଲା । ପୁଲିସ ଗମ୍ଭାରିଡି ଗ୍ରାମର ବନମାଳୀ ସାହୁଙ୍କ ଘର ସାମନାରେ ରମେଶ ସହିତ ମାମାଲି ଲେଖାକୁ ନେଇ ଦ୍ୱନ୍ଦରେ ପଡ଼ିଥିଲା । ଯାହା ଫଳରେ ଗାଁ ଛଳରେ ଜଳଖିଆ ଖାଉଥିବା ରମେଶକୁ ଉଠାଇ ନେଇ ଯାଇଥିବା କାରଣରୁ ଗ୍ରାମବାସୀ ରମେଶଙ୍କୁ ଛାଡ଼ିବାକୁ ଆସିଥିବା ପୁଲିସ ଭ୍ୟାନକୁ ଅଟକାଇ ଦେଇଥିଲେ । ଘଟଣାସ୍ଥଳରେ ଏସଡିପିଓ ଓ ଆଇଆଇସି ପଂହଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଅଟକ ଥିବା ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି ।






