Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ରାମ ସଭାପତିଙ୍କୁ ପୁଲିସର ମାଡ଼ ନେଇ କଣ୍ଟିଲୋରେ ଅସନ୍ତୋଷ

by Anil Panda
September 2, 2020
in Feature News
ଗ୍ରାମ ସଭାପତିଙ୍କୁ ପୁଲିସର ମାଡ଼ ନେଇ କଣ୍ଟିଲୋରେ ଅସନ୍ତୋଷ
572
VIEWS
Share on FacebookShare on Twitter

ଖଣ୍ଡପଡ଼ା,(ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନା ଅଧିନ କଂଟିଲୋ ଫାଣ୍ଡି ଅଧିକାରୀ ଜୟକୃଷ୍ଣ ପରିଡ଼ାଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ଥାର୍ଡ଼ ଡିଗ୍ରୀକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଫାଣ୍ଡି ଅଧିକାରୀ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ମାଧବଚୈାଧୁରୀ ପାଟଣା ଗ୍ରାମର ସଭାପତି ବିଜୟ କୁମାର ମହାରଣାଙ୍କୁ ମଙ୍ଗଳବାର ଦିନ ଫାଣ୍ଡିକୁ ଡ଼ାକି ଅଶ୍ଳ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି । ଘଟଣା ଜଣାପଡ଼ିବା ପରେ ଗତକାଲି ମାଧବଚୈାଧୁରୀ ପାଟଣା ଗ୍ରାମର ୫୦ରୁ ଉର୍ଦ୍ଧ ବ୍ୟକ୍ତି କଂଟିଲୋ ଫାଣ୍ଡି ସମ୍ମୁଖରେ ପହଁଚି ପାଟିତୁଣ୍ଡ କରିବା ସହ ଘଟଣାର ତୀବ୍ର ପ୍ରତିବାଦ କରିଥିଲେ । ମିଥ୍ୟା ଅଭିଯୋଗ ବଳରେ ଫାଣ୍ଡି ଅଧିକାରୀ ଏଭଳି କାଣ୍ଡ ଘଟାଇଥିବା ସ୍ଥାନୀୟ ବାସିନ୍ଦା ଗୁରୁତର ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ମାଧବଚୈାଧୁରୀ ପାଟଣା ଗ୍ରାମସ୍ଥିତ ଏକ ପୁରାତନ କୂଅର କିଛି ଅଂଶକୁ ଜଣେ ସ୍ଥାନୀୟ ବାସିନ୍ଦା ରାଜେଶ କୁମାର ମହାରଣା ଦୀର୍ଘ ଦିନ ଧରି ଅନଧିକାର ଭାବେ ଜବରଦଖଲ କରି ରଖିବାକୁ କେନ୍ଦ୍ର କରି ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ବାରମ୍ବାର ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସତ୍ୱେ ମଧ୍ୟ ଜବରଦଖଲକାରୀ ଜଣଙ୍କ ସେଠାରୁ ନହଟିବାକୁ ନେଇ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ସ୍ଥାନୀୟ ବାସିନ୍ଦା ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ କୂଅ ପାଖକୁ ଲାଗି ସୁରକ୍ଷା ଉଦ୍ଦେଶ୍ୟରେ ଖୁଂଟ ପୋତିଥିବା ବେଳେ ସଂପୃକ୍ତ ଜବରଦଖଲକାରୀ ଉଦ୍ଦେଶ୍ୟମୂଳକ ଭାବେ ଫାଣ୍ଡିରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ସଭାପତିଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ମହାରଣା, କାଳନ୍ଦି ଚରଣ ମହାରଣା ପ୍ରମୁଖଙ୍କୁ ଫାଣ୍ଡିକୁ ଡାକି ଏଭଳି ଆଚରଣ ପ୍ରଦର୍ଶିତ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ପ୍ରରୋଚନାରେ ଫାଣ୍ଡି ଅଧିକାରୀ ଏଭଳି କାରନାମା କରିଥିବାରୁ ନୟାଗଡ ଏସ୍‌ପି ଓ ଖଣ୍ଡପଡ଼ା ଏସଡିପିଓ ଘଟଣାରେ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!