ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ଗ୍ରହରାଜର ସମ୍ପାଦକ ହରିହର ମହାପାତ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ସମେତ ଜିଲ୍ଲା ସାମ୍ବାଦିକମାନେ ଶୋକ ବ୍ୟକ୍ତ କରିଛନ୍ତି । ନିଶିକାନ୍ତ ରଥ, ରବିନ୍ଦ୍ର ପଟ୍ଟନାୟକ, ରାମକୃଷ୍ଣ ରଥ, ରିତେନ୍ଦ୍ର ଛାଟୋଇ, ବୈଦ୍ୟ ଭୂଷଣ ମହାପାତ୍ର, ନବକିଶୋର ମିଶ୍ର, ପ୍ରଶାନ୍ତ ଜେନା, ପ୍ରଦୀପ୍ତ ରଥ, ମହେଶ ମିଶ୍ର, ବାସୁଦେବ ମହାନ୍ତି, ଲୋକନାଥ ମିଶ୍ର, ସଂଜୟ କୁମାର ସ୍ୱାଇଁଙ୍କ ସମେତ ଅନେକ ସାମ୍ବାଦିକ ଶୋକ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ, ବାଘୁଆବାର୍ତ୍ତା ପକ୍ଷରୁ ମଧ୍ୟ ତାଙ୍କ ଅମର ଆତ୍ମାର ସତ୍ଗତି କାମନା କରାଯାଇଛି ।






