Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଗ୍ରହରାଜ’ ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ

by Anil Panda
September 4, 2020
in Nayagarh
‘ଗ୍ରହରାଜ’ ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ
467
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ଗ୍ରହରାଜ’ର ସଂମ୍ପାଦକ ହରିହର ମହାପାତ୍ରଙ୍କ ଆଜି ସଂନ୍ଧ୍ୟାରେ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । ନୟାଗଡ଼ ସହରରେ ଖବରକାଗଜ ସଂସ୍ଥା ସ୍ଥାପନ କରି ସେ ଲୋକ ଲୋଚନକୁ ଆସିଥିବା ବେଳେ ଜଣେ ନିର୍ଭିକ ସଂପାଦକ ଭାବେ ସେ ଜଣାଶୁଣା ଥିଲେ । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ସାମ୍ବାଦିକତା ସହିତ ଜଡ଼ିତ ଶ୍ରୀଯୁକ୍ତ ମହାପାତ୍ର କିଛି ବର୍ଷ ହେବ ରୋଗ ଶର୍ଯ୍ୟାରେ ପଡ଼ିଥିଲେ । ଏଥିସହିତ ଜଣେ ଶିକ୍ଷାବିତ୍ ଏବଂ ସମାଜସେବୀ ଭାବରେ ସେ ନିଜର ପ୍ରତିଷ୍ଠା ଲାଭ କରିବା ସହ ଦଶପଲ୍ଲା ଅଂଚଳରେ ଆଦିବାସୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଏକ ମହାବିଦ୍ୟାଳୟ ସ୍ଥାପନ କରିବାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକେରା ସ୍ଥିତ ମଣିନାଗ ବହୁମୂଖୀ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ଚର୍ଚ୍ଚାକୁ ଆସିଥିଲେ । ଏଥିସହିତ ସେ ଜଣେ ବିଚକ୍ଷଣ ରାଜନେତା ଭାବେ ପରିଚୟ ଲାଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା ପ୍ରତିଷ୍ଠାତା ସଦସ୍ୟ ଭାବେ ପରିଚୟ ଲାଭ କରିଥିଲେ । ଜଣେ ବ୍ୟଙ୍ଗ କବି ଭାବରେ ତାଙ୍କର ଅନ୍ୟ ଏକ ସୁପରିଚିତି ରହିଥିବା ଜଣାଯାଇଛି । ଆଜି ଭାଟସାହି ପଂଚାୟତ ଅନ୍ତର୍ଗତ ଡିଆଁପଡ଼ା ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାରେ ଗଣମାଧ୍ୟମ ଜଗତ ସହ ଜଡ଼ିତ ଥିବା ବହୁ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ଜିଲ୍ଲା ଓ ବ୍ଲକ ସାମ୍ବାଦିକମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!