କଳାହାଣ୍ଡି, (ବାଘୁଆବାର୍ତ୍ତା): ସାମ୍ନାକୁ ଆସିଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କଳାକାରନାମା । ଦୁଷ୍କର୍ମ ଅଭିଯୋଗରେ ଗିରଫ୍ ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏଭଳି କଳାକାରନାମା ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରାକାର ନାୟକ ମୁଖୀଗୁଡ଼ା ସ୍ଥିତ ଇରିଗେସନ କଲୋନୀର ସେକ୍ଟର ୨ରେ ରହୁଥିଲେ । ଗତମାସ ୨୮ତାରିଖରେ ଉକ୍ତ ଅଞ୍ଚଳରେ ଜଣେ ବିବାହିତା ମହିଳା ଘରେ ଏକୁଟିଆ ଥିବା ବେଳେ ନିରାକାର ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଜୟପାଟଣା ପୁଲିସ ଏକ ମାମଲା ଋଜୁ କରି କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାୟକକୁ ପୁଲିସ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଧର୍ମଗଡ଼ ଡିଏସପି ଧିରଜ କୁମାର ଚୋପଦାର ସୂଚନା ଦେଇଛନ୍ତି ।






