Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ନିଯୁକ୍ତି ପତ୍ର ପ୍ରଦାନ

by ସଞ୍ଜୟ ସ୍ୱାଇଁ
June 22, 2021
in State
୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ନିଯୁକ୍ତି ପତ୍ର ପ୍ରଦାନ
532
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲାରେ ବହୁଦିନରୁ ଖାଲି ପଡି ରହିଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଉଦ୍ୟମ କ୍ରମେ ପୂରଣ ହୋଇପାରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଖାଲିପଡ଼ିଥିବା ୩୩ ଗୋଟି ଗ୍ରାମ ରୋଜଗାର ସେବକ ପଦବୀ ପୂରଣ ପାଇଁ ଏଥି ନିମନ୍ତେ ଯୋଗ୍ୟ ବ୍ୟକ୍ତି ଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ କାର୍ୟ୍ୟାଳୟ ନବରଙ୍ଗପୁର ଦ୍ୱାରା ବିଜ୍ଞପ୍ତି ପତ୍ର ସଂଖ୍ୟା ୧୨୯୯, ତା ୧୨.୧୨.୨୦୧୯ ରେ ପ୍ରକାଶ ପାଇଥିଲା। ଏହି ପଦବୀ ରେ ନିଯୁକ୍ତି ପାଇବା ପାଇଁ ୨୯୭୯ ଜଣ ଆବେଦନ କରିଥିଲେ। ଏହି ଆବେଦନ ପତ୍ର ଗୁଡ଼ିକ ଯାଞ୍ଚ କରାଯାଇ ୧୬୫ ଜଣଙ୍କ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ଦ୍ଵିତୀୟ ପର୍ୟ୍ୟାୟରେ ୯୯ ଜଣଙ୍କର ଯୋଗ୍ୟ ତାଲିକା ପ୍ରକାଶ କରାଯାଇଥିଲା, ତନ୍ମଧ୍ୟରୁ ୩୩ ଜଣଙ୍କୁ ଶେଷରେ ଯୋଗ୍ୟ ବିବେଚିତ କରାଯାଇଥିଲା। ଏହି ନବ ନିଯୁକ୍ତି ପାଇଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ନଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ କରୋନା କଟକଣା ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମୁଖ୍ୟ ଅଥିତି ଭାବରେ ଯୋଗଦେଇ ନବ ନିଯୁକ୍ତି ପାଇଥିବା ୨୯ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଯୋଗା ଦିବସ ପାଳନ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କାର୍ୟକ୍ରମ ଆୟାଜନ କରାଯାଇଥିବାରୁ ଏହି ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ ମୁଖ୍ୟ କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ତୃଣମୂଳ ସ୍ତରରେ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ଯୋଜନା ର ସଫଳ ରୂପାୟନ ରେ ଗ୍ରାମ ରୋଜଗାର ସେବକ ମାନଙ୍କ ଗୁରୁ ଦାୟିତ୍ଵ ଥିବାରୁ କର୍ମ ବୀର ସାଜି କର୍ତ୍ତବ୍ୟ ପରାୟଣ ହୋଇ ନିଷ୍ଠାପର ଭାବରେ ସେବା ମନୋଭାବ ନେଇ ନିଜ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଙ୍କ ଠାରୁ ନିଯୁକ୍ତି ପତ୍ର ପାଇଥିବା ୨୯ ଜଣଙ୍କ ମଧ୍ୟରୁ ମାତ୍ର ୭ ଜଣ ପୁରୁଷ ବର୍ଗର ରହିଥିବା ବେଳେ ବାକି ସମସ୍ତେ ମହିଳା ବର୍ଗ ର ଅଟନ୍ତି। ଅବଶିଷ୍ଟ ଯୋଗ୍ୟ ୪ ଜଣ ମୂଳ ନକଲ ଦାଖଲ କଲାପରେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରକାଶ କରିଥିଲେ। ନିଯୁକ୍ତି ପାଇଥିବା ସମସ୍ତ ଗ୍ରାମ ରୋଜଗାର ସେବକ ମାନଙ୍କୁ ୨୨/୨୩.୬.୨୦୨୧ ଦୁଇ ଦିନ ଜିଲ୍ଲାପରିଷଦ ରାଜୀବ ଭବନ ଠାରେ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରତ୍ନାକର ସାହୁ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗ୍ରାମ ରୋଜଗାର ସେବକ ମାନଙ୍କ କାର୍ୟ୍ୟ,ଦାୟିତ୍ଵ ବିଷୟରେ ସୂଚନା ଦେଇ ନିଜନିଜର ଦାୟିତ୍ଵ ଠିକ୍ ଭାବରେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ୍ ଯୋଗଦେଇଥିଲେ। ନିଯୁକ୍ତି ଚୟନ ପ୍ରକ୍ରିୟାରେ କୁମାରୀ ବବିତା ପଟ୍ଟନାୟକ, ବରିଷ୍ଟ ରାଜସ୍ବ ସହାୟିକା, ଶ୍ରୀ ମହମ୍ମଦ ଜାବେଦ ଅକ୍ତେର, କନିଷ୍ଠ ରାଜସ୍ବ ସହାୟକ ସହାୟତା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!