ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ପୁଲିସକୁ ପୁଣି ଥରେ ଚାଲେଞ୍ଜ ଦେଇଛନ୍ତି ଲୁଟେରା। ନୟାଗଡ଼ ସହର ନୀଳମାଧବ କଲ୍ୟାଣମଣ୍ଡପ ସାହିରେ ରହୁଥିବା ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି। ନୟାଗଡ଼ ବାହାଡଝୋଲା ନିୟନ୍ତ୍ରିତ ବଜାର କମିଟି ସଂପାଦକ ସୁଦାମ ଚରଣ ଜେନାଙ୍କ ଘରୁ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୫୦ ହଜାର ନଗଦ ଟଙ୍କା ଚୋରୀ ହୋଇଛି। ଆଜି ଶ୍ରୀଯୁକ୍ତ ଜେନା ଓ ତାଙ୍କ ପତ୍ନୀ ନିଜ ନିଜର କର୍ମକ୍ଷେତ୍ରକୁ ଯାଇଥିଲେ। ଅପରାହ୍ନରେ ଫେରିବା ବେଳକୁ ଘର ପଛ ପଟୁ ଘର ଭିତରେ ପଶି ଲୁଟ କରିଥିବା ଜଣାଯାଇଛି। ଏନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିବା ପୁଲିସ ଘଟଣା ସ୍ଥଳରେ ପହଁଚି ତନାଘନା କରୁଥିବା ସୂଚନା ମିଳିଛି।






