ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଲାଠିପଡା ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ସରପଞ୍ଚ ସରସ୍ୱତୀ ପଗଡ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ, କପିଳେଶ୍ୱର ବିଦ୍ୟାପିଠ ଶଙ୍ଖେଇ ପ୍ରଧାନ ଶିକ୍ଷକ ବିପିନ୍ ବିହାରି ତ୍ରିପାଠୀ, ଏ.ବି.ଇ.ଓ ଧନେଶ୍ୱର ସେଠୀ, ସୁରେଶ ଚନ୍ଦ୍ର ପ୍ରଧାନ, ପବିତ୍ର ମୋହନ ସାହୁ, ସି.ଆର.ସି.ସି ବ୍ରଜବନ୍ଧୁ ମହାପାତ୍ର ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ ।

ବିଦ୍ୟାଳୟର ଶିକ୍ଷକ ଅକ୍ଷୀଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଦୁଇ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ପୁରସ୍କୃତ ହୋଇଥିଲେ । ଶିକ୍ଷକ ସୁରେଶ ସେଠୀ, ବୃନ୍ଦାବନ ବେହେରା, ଶ୍ରୀକୃଷ୍ଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।





