ଭୁବନେଶ୍ବର, (ବାଘୁଆବାର୍ତ୍ତା): ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି କରାଯାଇଛି। ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଥିବାବେଳେ ମୋଟର ସାଇକେଲ୍ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି ଘଟିଛି। ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ଵାରା ଉପକୃତ ହେବେ ୬୦୫୮ ଅଗ୍ନିଶମ କର୍ମଚାରୀ ।