Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ, ରାଜ୍ୟସଭାରେ ସରକାରଙ୍କୁ ସମାଲୋଚନା କଲେ ମାନସ

by ସଞ୍ଜୟ ସ୍ୱାଇଁ
February 4, 2025
in NATIONAL NEWS, State
ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ ଓଡ଼ିଶାବାସୀ : ମାନସ ମଙ୍ଗରାଜ
63
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆ ବାର୍ତ୍ତା): ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଚାଷୀ ସମସ୍ୟାଠାରୁ ଆରମ୍ଭ କରି ମହାନଦୀ ପ୍ରସଙ୍ଗ, ଆବାସ ଯୋଜନା, ରେଳବାଇ, ପ୍ରାକୃତିକ ଦୁର୍ବିପାକ, ଆୟୁଷ୍ମାନ ଭାରତ, ମିଶନ ଶକ୍ତି, ଦରଦାମ ଓ ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମାନସ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ନିଜର ବିବୃତି ରଖି ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ମୁହଁରେ କେନ୍ଦ୍ର ସରକାର କୁହାଇଥିବା କଥା ଶ୍ରୁତି ମଧୁର କିନ୍ତୁ ଅନ୍ତସାର ଶୂନ୍ୟ । ଚାଷୀଙ୍କ ଆୟ ବୃଦ୍ଧି ହୋଇଥିବା କୁହାଯାଉଛି । ହେଲେ ଦେଶର କୌଣସି ବି ରାଜ୍ୟରେ ଚାଷୀମାନେ ସ୍ବାମୀନାଥନ କମିଶନ ରିପୋର୍ଟ ଆଧାରରେ ଏମଏସପି ପାଉନାହାଁନ୍ତି । ଗତମାସରେ ଅଦିନିଆ ବର୍ଷାରେ ଓଡିଶାରେ ବହୁ ଅଞ୍ଚଳରେ ଫସଲ ହାନୀ ହୋଇଥିଲା । ଏଥିରେ ମର୍ମାହତ ହୋଇ ଦୁଇ ସପ୍ତାହରେ ପ୍ରାୟ ୧୫ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଷ୍ଟ୍ରପତି ଆମ ଓଡିଶା ଝିଅ, କିନ୍ତୁ ଅଭିଭାଷଣରେ ଓଡିଶା ମାଟି ପ୍ରତି ମମତ୍ବ ଅନୁଭବ କରିହେଲାନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ସେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଯୋଜନାରେ ୩ କୋଟି ଘର ଦିଆଯାଇଛି ବୋଲି ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୁହାଯାଇଛି । କିନ୍ତୁ ଓଡିଶା ଏକ୍ଷେତ୍ରରେ ଉପେକ୍ଷିତ । ଏବେ ବି କେବିକେ ଅଞ୍ଚଳରେ ବହୁ ଗରିବ ପରିବାର ପକ୍କା ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ପାଞ୍ଚ ବର୍ଷ ତଳେ ବାତ୍ୟା ‘ଫନି’ ପ୍ରଭାବିତ ଅବିଭକ୍ତ ପୁରୀ ଜିଲ୍ଲାର ହଜାର ହଜାର ଲୋକ ମୁଣ୍ଡ ଉପରୁ ଛାତ ଉଡିଯାଇଥିଲା । ହେଲେ ପରିତାପର ବିଷୟ ୫ ବର୍ଷ ପରେ ବି ଏହି ଲୋକଙ୍କୁ ଘର ଖଣ୍ଡେ ମିଳିନି । ଆଜି ବି ଏମାନେ ଛାତ ପାଇଁ କେନ୍ଦ୍ର ଦୟାକୁ ଅପେକ୍ଷା କରି ରହିଛନ୍ତି । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ନେଟଓ୍ବର୍କ କରାଯିବା କଥା କହୁଯାଉଛି । ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ବି ଓଡିଶାର ବହୁ ଅଞ୍ଚଳକୁ ରେଳ ଲାଇନ ଯାଇନି । ଖୋର୍ଦ୍ଧା-ବଲାଙ୍ଗୀର ଓ ତାଳଚେର-ବିମଳାଗଡ ରେଳପଥ କାମ ଦୁଇ ଦଶନ୍ଧୀ ହୋଇଗଲା ଶେଷ ହେଉନି । ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ପାଇଁ ବିଜେଡି ସରକାର ଜମି ଓ ଆନୁସଙ୍ଗିକ ସହୟତା ଦେବା ପରେ ବି କାମ ଝୁଲି ରହିଛି । ଦେଶର ଲାଭକାରୀ ପୂର୍ବତଟ ରେଳବାଇକୁ ଭାଙ୍ଗି ୱାଲଟିୟର ଡିଭିଜନ କରାଯାଇଛି ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ମାନସ କହିଛନ୍ତି, କେନ୍ଦ୍ର ସରକାର ବାହାସ୍ଫୋଟ ମାରୁଛନ୍ତି । ବିଜେଡି ସରକାରରେ ଲାଗୁ କରାଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)କୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି । ଆୟୁଷ୍ମାନ ଭାରତଠାରୁ ବିଏସକେୱାଇ ଅଧିକ ଲାଭଦାୟକ । କାରଣ ଆୟୁଷ୍ମାନ ଭାରତର ବାର୍ଷିକ ବ୍ୟୟ ତୁଳନାରେ ବିଏସକେୱାଇ ବ୍ୟୟ ଅଟକଳ ଅଧିକ । ସେ ଆହୁରି କହିଛନ୍ତି, ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ କେନ୍ଦ୍ର ସରକାର କହୁଛନ୍ତି । ସେପଟେ ଓଡିଶାର ଲକ୍ଷପତି ହୋଇଥିବା ମିଶନ ଶକ୍ତି ମହିଳାଙ୍କୁ ପୁଣି ଭିକାରୀ କରିବାକୁ ଷଡଯନ୍ତ୍ର ହୋଇଛି । ମିଶନ ଶକ୍ତିକୁ ପଙ୍ଗୁ କରିଦେବାକୁ ଚକ୍ରାନ୍ତ କରାଯାଉଛି । କେନ୍ଦ୍ର ସରକାର ଡିଜିଟାଲ ମିଶନ କଥା କହୁଛନ୍ତି, ହେଲେ ଓଡିଶାରେ ହଜାର ହଜାର ଗାଁକୁ ଏବେ ବି ଇଣ୍ଟରନେଟ ପହଞ୍ଚି ନଥିବା ସେ ଦାବି କରିଛନ୍ତି । ଦରଦାମ ଓ ବେରୋଜଗାରୀ ବର୍ତ୍ତମାନ ଦେଶର ସବୁଠୁ ବଡ ପ୍ରସଙ୍ଗ ହୋଇଥିବା ବେଳେ ଏଥିପ୍ରତି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନୀବର ଥିବା ସେ କହିଛନ୍ତି । ସେ କହିଛନ୍ତି, ପୋଲାଭରମ ପାଇଁ ଓଡିଶାର ହଜାର ହଜାର ଅନୁସୂଚିତ ପରିବାର ବାସଚ୍ୟୁତ ହେବାକୁ ବସିଛନ୍ତି । ବିଜେଡି ଏହା ବିରୋଧରେ ସବୁ ଫୋରମରେ ଅଭିଯୋଗ କରିଥିଲେ ବି କେନ୍ଦ୍ର ଦୃଷ୍ଟି ଦେଉନି । ମହାନଦୀ ପ୍ରସଙ୍ଗରେ ବି ସମାନ ସ୍ଥିତି । କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପାଇଁ ମହାନଦୀ ମୃତବତ ହୋଇଯାଇଛି । ଛତିଶଗଡ଼ ସରକାରଙ୍କ ମନମାନିକୁ କେନ୍ଦ୍ର ନିରବରେ ସମର୍ଥନ କରୁଛି । ସବୁଠାରୁ ଉଦବେଗର କଥା ହେଉଛି ଏଥିରେ ରାଷ୍ଟ୍ରପତିଙ୍କ ନିରବତା ଓଡିଶାବାସୀ ଭାବେ ରାଜ୍ୟବାସୀଙ୍କ ପାଇଁ କଷ୍ଟଦାୟକ ବୋଲି ସେ କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!