ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ସେବାର ଭିତ୍ତି ହେଉଛି ଆଧ୍ୟାତ୍ମିକତା । ‘ଆତ୍ମବତ୍ ସର୍ବଭୂତେଷୁ’ ହେଉଛି ସେବାର ମୂଳମନ୍ତ୍ର । ବ୍ୟକ୍ତିର ଅନ୍ତଃକରରେ ପ୍ରେମ ପ୍ରବାହିତ ହେଲେ, ସେ ଅନ୍ୟର ସେବା ପାଇଁ ଆଗେଇ ଆସେ । ସେ ଅନ୍ୟମାନଙ୍କଠି ନିଜକୁ ଦେଖିପାରେ । ଏହି ଭାବଧାରାର ପ୍ରସାରରେ ସେଣ୍ଟଜନ୍ ଆମ୍ବୁଲାନ୍ସର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ତଥା ସେଣ୍ଟଜନ୍ ଆମ୍ବୁଲାନ୍ସର ଅଧ୍ୟକ୍ଷ ପ୍ରଫେସର ଗଶେୀ ଲାଲ୍ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ପକ୍ଷରୁ ଆୟୋଜିତ େୱବ୍ଭିତ୍ତିକ ବିଶ୍ୱ ପ୍ରାଥମିକ ଚିକିତ୍ସା ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଲେ ଯେ ସେଣ୍ଟଜନ୍ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ସମସ୍ତଙ୍କ ପାଇଁ ଅନୁକରୀୟ ହୋଇପାରିଛି । ଏହାର ସେବା ପରିସରକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ସେଣ୍ଟଜନ୍ ଆମ୍ବୁଲାନ୍ସ, ଓଡ଼ିଶାର ସଚିବ ଡ. ସନତ କୁମାର ପଟ୍ଟନାୟକ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ବ୍ୟାପକ ଜନସଚେତନତା ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଥିଲେ । ରାଜ୍ୟପାଳ ସେଣ୍ଟଜନ୍ ଆମ୍ବୁଲାନ୍ସର େୱବ୍ସାଇଟ୍କୁ ଲୋକାର୍ପଣ କରିଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ସେଣ୍ଟଜନ୍ ଆମ୍ବୁଲାନ୍ସର ଯୁଗ୍ମସଚିବ ଉଦ୍ଧବ ଚରଣ କର ପ୍ରମୁଖ ଉପସ୍ଥିତ ଥିଲେ ।





