Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ

by ସଞ୍ଜୟ ସ୍ୱାଇଁ
May 10, 2025
in NATIONAL NEWS
ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ
79
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ – ପାକିସ୍ତାନ ଭିତରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଯଦି କୌଣସି ଆତଙ୍କୀ ଘଟଣା ଘଟୁଛି ତା’ହେଲେ ତାହାକୁ ଆକ୍ଟ ଅଫ୍ ୱାର ଅର୍ଥ ଯୁଦ୍ଧ ବୋଲି ମନେ କରାଯିବ । ଏଭଳି ସ୍ଥିତିରେ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିଶ୍ଚୟ କରିସାରିଛି ଭାରତ । ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ଯୁଦ୍ଧ ବୋଲି ମାନିବ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ଘଟଣା ପରେ ଭାରତ ସରକାର ନିଜ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଆତଙ୍କୀଙ୍କ ୯ ଠିକଣାକୁ ଉଡ଼ାଇ ଦେଇଥିଲେ । ଯେଉଁଥିରେ ଅନେକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା । ଭାରତର ଏହି ଉତ୍ତରରେ ବିଳିବିଳେଇ ଯାଇଛି ଆତଙ୍କୀସ୍ତାନ ଏବଂ ବାରମ୍ବାର ଭାରତରେ ସେନା ଠିକଣା ଓ ଅନ୍ୟ ଜାଗାରେ ମିସାଇଲ୍ ମାଡ଼ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତର ରକ୍ଷାକବଚ ପାକିସ୍ତାନର ସବୁ ମିସାଇଲକୁ ଫୁସ୍ କରିଦେଉଛି । LOC ରେ ବି ପ୍ରବଳ ଗୁଳିବର୍ଷା କରୁଛି ଆତଙ୍କୀସ୍ତାନ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!