ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଜେପି ଛାଡ଼ିଲେ ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା। ଏହା ସହ ତାଙ୍କର ୨୫ ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସହ ସେ ତାଙ୍କ ଇସ୍ତଫା ପତ୍ର ପାର୍ଟି ପାଇଁ ତ୍ୟାଗ ଓ ଉତ୍ସଗକୁ ଲେଖିଛନ୍ତି। ୨୦୨୧ ଦଳ ବିଧାନସଭା ନିର୍ବାଚନରେ ଶେଷ ସମୟରେ ରଦ୍ଧ କରିଥିଲେ। ଏହା ପରେ ବି ସେ ଭାଜପା ପାଇଁ ପ୍ରତିବଦ୍ଧ ରହିଥିଲେ। କିନ୍ତୁ ତାଙ୍କ ସହ ଧୋକାବାଜ୍ କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳ ସମର୍ଥନ କରିବା ତାଙ୍କୁ ଶକ୍ତ ଆଘାତ ଦେଇଛି। ତାଡିମଲ୍ଲା ନିଜର ସୋସାଲ ମିଡିଆ ଏକ୍ସରେ ନିଜର ବୟାନକୁ ସେ ଉଲ୍ଲେଖ କରିଛନ୍ତି। ଗୌତମୀ ତଡିମଲ୍ଲା କହିଛନ୍ତି ଯେ ସେ ଦୁଃଖ ଓ ନିରାଶ ସହ ଇସ୍ତଫା ନିଷ୍ପତ୍ତି ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏବଂ ଦଳର ତାମିଲନାଡୁ ନେତୃତ୍ୱ ମୁଖ୍ୟ କେ. ଅନ୍ନାମଲାଇ ଏବଂ ଅନ୍ୟ ଲୋକଙ୍କୁ ଟ୍ୟାଗ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, “ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ମୋର ଟଙ୍କା, ସମ୍ପତ୍ତି ଏବଂ ଦଲିଲକୁ ଜାଲ୍ କରି ମୋତେ ଠକିଥିଲେ। ମୁଁ ଦଳ ଏବଂ ନେତାଙ୍କଠାରୁ କୌଣସି ସମର୍ଥନ ପାଇନାହିଁ, ବାସ୍ତବରେ ମୁଁ ଜାଣିବାକୁ ପାଇଛି ଯେ ସେମାନଙ୍କ ମଧ୍ୟରୁ ଅନେକ ସେହି ସମାନ ବ୍ୟକ୍ତିଙ୍କୁ ସକ୍ରିୟ ଭାବରେ ସାହାଯ୍ୟ କରୁଛନ୍ତି ଏବଂ ମୋର ବିଶ୍ୱାସରେ ବିଶ୍ୱାସଘାତକତା କରିଛନ୍ତି ଏବଂ ମୋ ଜୀବନର ରୋଜଗାରରେ ମୋତେ ଠକିଛନ୍ତି। ତାଡିମଲ୍ଲା ପୁଣି ଥରେ କହିଛନ୍ତି ଯେ ସେ ଏହି ଠକେଇ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୋତେ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ଆଶା ରହିଛି। ତାଙ୍କୁ ୨୦୨୧ ନିର୍ବାଚନ ସମୟରେ ରାଜପାଲାୟମ ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି, “ତଥାପି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିଶ୍ଚିନ୍ତ ଥିଲେବି ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା। ଏହା ସତ୍ତ୍ୱେ ମୁଁ ଦଳ ପ୍ରତି ମୋର ପ୍ରତିବଦ୍ଧତା ବଜାୟ ରଖିଛି।” ସଂଗଠନରେ 25 ବର୍ଷ ସେବା କରିବା ପରେ ମଧ୍ୟ କୌଣସି ସମର୍ଥନ ନ ମିଳିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଦଳର ଅନେକ ବରିଷ୍ଠ ସଦସ୍ୟ ସେହି ବ୍ୟକ୍ତିକୁ ସମର୍ଥନ କରିଥିଲେ, ଯିଏ ତାଙ୍କ ବିଶ୍ୱାସଘାତକ କରିଥିଲେ।





