Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୪ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମା ମଙ୍ଗଳା କ୍ଳବ ଖୋର୍ଦ୍ଧା ଚାମ୍ପିୟାନ

by ସଞ୍ଜୟ ସ୍ୱାଇଁ
October 20, 2024
in Nayagarh, Sports, State
୪୪ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ମା ମଙ୍ଗଳା କ୍ଳବ ଖୋର୍ଦ୍ଧା ଚାମ୍ପିୟାନ
35
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ବୁଢାବୁଢୀଆଣୀ କ୍ରୀଡା ସଂସଦ ଆନୁକୂଲ୍ୟରେ ୭ ଦିନ ଚାଲିଥିବା ୪୪ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି।ଆଜିର ଉଦଯାପନୀ ତଥା ଫାଇନାଲ ମ୍ୟାଚରେ ମା ମଙ୍ଗଳା କ୍ଳବ ଖୋର୍ଦ୍ଧା ଦଳ ପେନାଲଟିକ କିକ ଆଉଟରେ ୫-୪ ଗୋଲରେ ରଣପୁର ଦଳକୁ ହରାଇ ଚାମ୍ପିୟାନ ହୋଇଛି।ଚାମ୍ପିୟାନ ମା ମଙ୍ଗଳା କ୍ଳବ ଖୋର୍ଦ୍ଧାକୁ ୮ ହଜାର ନଗଦ ରାଶି ସମେତ ଟ୍ରଫି ଓ ରନର୍ସ ଅପ ରଣପୁର ଦଳକୁ ୫ ହଜାର ଅର୍ଥ ରାଶି ସମେତ ଟ୍ରଫି ପ୍ରଦାନ କରାଯାଇଥିଲା।ଆଜି ପାଗ କୋହଲା ଥିବା ସତ୍ତ୍ୱେ ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ପ୍ରଦର୍ଶନ କରିଥିଲେ।

ଖେଳର ପ୍ରଥମାର୍ଦ୍ଧରେ ରଣପୁର ଦଳ ୨ ଗୋଟି କରି ଆଗୁଆ ରହିଥିବାବେଳେ ଦ୍ଵିତୀୟାର୍ଦ୍ଧରେ ଖୋର୍ଦ୍ଧା ୨ ଗୋଲ ଦେଇ ସ୍ଥିତି ବରାବରକୁ ଆଣିଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ଦଳ ସତଚେଷ୍ଟା କରିଥିଲେ ସୁଦ୍ଧା କୌଣସି ବି ଗୋଲ ହୋଇପାରିନଥିଲା।ପରେ ଟ୍ରାଇବ୍ରେକର ପ୍ରକ୍ରିୟାରେ ଫଲାଫଳ ନିରୂପଣ ହୋଇଥିଲା।ଟ୍ରାଇବ୍ରେକରରେ ଖୋର୍ଦ୍ଧା ଦଳ ୫-୪ ଗୋଲରେ ରଣପୁର ଦଳକୁ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିଲେ।

ଅନ୍ତିମ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,ସମ୍ମାନିତ ଅତିଥି ରୂପେ ନୟାଗଡ଼ ମ୍ୟୁନିସପାଲଟି ଅଧ୍ୟକ୍ଷା ନିରୂପମା ଖଟେଇ,ବିଶିଷ୍ଟ ଅତିଥି ରୂପେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ନୟାଗଡ଼ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ଉପାଧ୍ୟକ୍ଷା ମୀରା ନାୟକ,ଯୁବ ସଂଗଠକ ବିଭୁପ୍ରସାଦ ସାହୁ,କାହ୍ନୁଚରଣ ପ୍ରଧାନ,ଜଗନ୍ନାଥ ଦଳବେହେରା,ପ୍ରଭାତ ପ୍ରଧାନ ଉପସ୍ଥିତ ରହି ଖେଳାଳିମାନଙ୍କ ସହ କରମର୍ଦନ କରିବା ସହ ଉତ୍ସାହିତ କରିଥିଲେ।

ଆଜିର ଖେଳକୁ ମୁଖ୍ୟରେଫରୀ ଭାବରେ ପ୍ରସନ୍ନ ନାୟକ ପରିଚାଳନା କରିଥିବାବେଳେ ଜଗନ୍ନାଥ ପରିଡା ଓ ସୁର୍ଯ୍ୟକାନ୍ତ ଦଳେଇ ଲାଇନରେ ସହାୟତା କରିଥିଲେ।ଆଜିର ଚାମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ପରିଶେଷରେ ଜବାହାରଲାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ବାନ୍ଧି ରଖିଥିଲା।ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ମାର୍ଥା,ସମ୍ପାଦକ ତ୍ରିନାଥ ପ୍ରଧାନ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବାବେଳେ ଶ୍ରୀଧର ପରିଡା,ଜଗନ୍ନାଥ ବାରିକ,କେଦାରଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!