ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ଓଡ଼ଗାଁ ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ନେତାଜୀ କ୍ଳବ ବୁଢାବୁଢିଆଣି ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୪୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଟାଇବ୍ରେକରେ ଖୋର୍ଦ୍ଧା ଦଳ ଫ୍ରେଣ୍ଡସ କ୍ଳବ ବୋଲଗଡ଼ ଦଳକୁ ୩-୧ ଗୋଲରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ଜଣାପଡିଛି।ଆଜିର ଖେଳ ବେଶ ସଂଘର୍ଷପୂର୍ଣ୍ଣ ଓ ଚିତ୍ତାକର୍ଷକ ଥିବା ଦେଖିବାକୁ ମିଳିଥିଲା।ଉଭୟ ଦଳ ଅନ୍ତିମ ସମୟ ପର୍ଯ୍ୟନ୍ତ ପ୍ରଚେଷ୍ଟା ଜାରି ରଖିଥିଲେ।ପ୍ରଥମାର୍ଦ୍ଧରେ ଖୋର୍ଦ୍ଧା ଦଳ ତରଫରୁ ୨୦ ନଂ ଜର୍ସି ଗୋଟିଏ ଗୋଲ ସ୍କୋର କରିଥିଲେ।
ଏହା ପରେ ଦ୍ଵିତୀୟାର୍ଦ୍ଧରେ ବୋଲଗଡ଼ ଦଳ ୧ ଗୋଲ ଦେଇ ସ୍ଥିତି ବରାବରକୁ ଆଣିଥିଲେ।ପରେ ଟ୍ରାଇ ବ୍ରେକରେ ଖୋର୍ଦ୍ଧା ଦଳ ୩-୧ ଗୋଲରେ ବୋଲଗଡ଼ ଦଳକୁ ପରାସ୍ତ କରିଥିଲେ।ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁର୍ଯ୍ୟନାରାୟଣ ଚୌଧୁରୀ,ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ,ନାଟ୍ୟକାର ସତ୍ୟ ପରିଡା,ମିଶନ ଶକ୍ତି ସଂଯୋଜଳ ବିକ୍ରମକେଶରୀ ବାରିକ ଓ ସରପଞ୍ଚ ତ୍ରିନାଥ ନାଏକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରସନ୍ନ କୁମାର ନାୟକ ଖେଳ ପରିଚାଳନା କରିଥିବାବେଳେ କୈଳାଶଚନ୍ଦ୍ର ପ୍ରଧାନ,ଜଗନ୍ନାଥ ପରିଡା ଲାଇନରେ ସହାୟତା କରିଥିଲେ। କେଦାରଚନ୍ଦ୍ର ସାହୁ ସହଯୋଗ କରିଥିଲେ।ବୁଧବାର ନେତାଜୀ କ୍ଳବ ଗୌଡ଼ପୁଟ ଓ ଖଣ୍ଡପଡା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ମାର୍ଥା ସୂଚନା ଦେଇଛନ୍ତି।