ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ବୁଢାବୁଢିଆଣୀ ଆଥଲେଟିକ ଆସୋସିଏସନ ନେତାଜୀ କ୍ଲବ ଗୌଡ଼ପୁଟ ଆନୁକୂଲ୍ୟରେ ଆୟୋଜିତ ୪୪ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲରେ ମଙ୍ଗଳା କ୍ଲବ ଖୋର୍ଦ୍ଧା ଫୁଟବଲ ଦଳ ମହମଡିଆନ ସ୍ପୋର୍ଟିଂ କେରଙ୍ଗକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ପ୍ରଥମାର୍ଦ୍ଧରେ ମଙ୍ଗଳା କ୍ଲବର ୧୨ ନମ୍ବର ଜର୍ସି ପ୍ରଥମ ଗୋଲ ସ୍କୋର କରଥିଲେ।ପରବର୍ତ୍ତୀ ସମୟରେ କେରଙ୍ଗ ଦଳ ବହୁ ପ୍ରଚେଷ୍ଟା ଓ ଆକ୍ରମଣ ସତ୍ତ୍ୱେ କୌଣସି ଗୋଲ ସ୍କୋର ଦେଇ ପାରି।ପ୍ରଥମ ସେମି ଫାଇନାଲ ରେ ଅତିଥିଭାବରେ ଶ୍ରୀ ନଥିଲେ।ସତ୍ୟ ପରିଡା, ବରସାହି ସରପଞ୍ଚ ଅମରେନ୍ଦ୍ର ସ୍ୱାଇଁ,ଯୁବ ସମାଜସେବୀ କାହ୍ନୁ ଚରଣ ପ୍ରଧାନ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ,ଗୌଡ଼ପୁଟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣି ପ୍ରଧାନ,ସରପଞ୍ଚ ତ୍ରିନାଥ ନାୟକ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଆଜିର ମ୍ୟାଚକୁ ରେଫରୀ ପ୍ରସନ୍ନ ନାୟକ ପରିଚାଳନା କରିଥିବାବେଳେ ଜଗନ୍ନାଥ ପରିଡା ଓ ସୂର୍ଯ୍ୟକାନ୍ତ ଦଳେଇ ଲାଇନରେ ସହାୟତା କରିଥିଲେ।୪ର୍ଥ ରେଫରୀ ଭାବେ ଜୟକୃଷ୍ଣ ଜେନା,କୈଳାଶ ଚନ୍ଦ୍ର ପ୍ରଧାନ ଓ ମନୋରଞ୍ଜନ ଦାଶ ମ୍ୟାଚ ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ଦିଲ୍ଲୀପ ମାର୍ଥା,ସମ୍ପାଦକ ତ୍ରିନାଥ ପ୍ରଧାନ ସମସ୍ତ କାର୍ଯ୍ୟ ପରିଚାଳନା ସହ ସହଯୋଗ କରିଥିଲେ।ଆସନ୍ତାକାଲି ଦ୍ଵିତୀୟ ସେମି ଫାଇନାଲରେ ରଣପୁର ଦଳ ଖଣ୍ଡପଡା ଫୁଟବଲ ଦଳକୁ ଭେଟିବ ବୋଲି ଅନୁଷ୍ଠାନର କ୍ରୀଡା ସମ୍ପାଦକ କେଦାର ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।






