ଓଡ଼ଗାଁ, (ବାଘୁଆବାର୍ତ୍ତା): ବୁଢାବୁଢିଆଣୀ ଅଥଲେଟିକ ଆସୋସିଏସନ ନେତାଜୀ କ୍ଲବ ଗୌଡ଼ପୁଟ ଆନୁକୂଲ୍ୟରେ ଆୟୋଜିତ ୪୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ଖଣ୍ଡପଡା ଫୁଟବଲ ଦଳ ଆୟୋଜକ ନେତାଜୀ କ୍ଲବ ଗୌଡ଼ପୁଟକୁ ୦୪-୦୧ ଗୋଲରେ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଛି। ପ୍ରଥମାର୍ଦ୍ଧରେ ନେତାଜୀ କ୍ଲବ ପ୍ରଥମ ଗୋଲ ସ୍କୋର କରିଥିଲା।ପରବର୍ତ୍ତୀ ସମୟରେ ଖଣ୍ଡପଡା ଦଳ ୪ଗୋଟି ଗୋଲ ସ୍କୋର କରି ଆଜିର ମ୍ୟାଚକୁ ଜିତିଛନ୍ତି।
୪ର୍ଥ ଦିବସରେ ଜଗଦୀଶ ମିଶ୍ର,ଜୟପ୍ରକାଶ ଷଡ଼ଙ୍ଗୀ,ପ୍ରସନ୍ନ ପ୍ରଧାନ,ଫକୀର ମୋହନ ମିଶ୍ର, ସାରଙ୍ଗଧର ପ୍ରଧାନ, ସମାଜସେବୀ ପ୍ରମୋଦ ପାତ୍ର,ସରପଞ୍ଚ ତ୍ରିନାଥ ନାୟକ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଆଜିର ମ୍ୟାଚକୁ ରେଫରୀ ମନୋରଞ୍ଜନ ଦାଶ ପରିଚାଳନା କରିଥିଲେ। ଜଗନ୍ନାଥ ପରିଡା ଓ ପ୍ରସନ୍ନ ନାୟକ ଲାଇନରେ ସହାୟତା କରିଥିଲେ।
୪ର୍ଥ ରେଫରୀ ଭାବେ କୈଳାଶଚନ୍ଦ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ।ଅନୁଷ୍ଠାନର ସମ୍ପାଦକ ତ୍ରିନାଥ ପ୍ରଧାନ ଓ କ୍ରୀଡା ସମ୍ପାଦକ କେଦାରଚନ୍ଦ୍ର ସାହୁ ମ୍ୟାଚ ତଦାରଖ କରିଥିଲେ।ଆସନ୍ତାକାଲି ପ୍ରଥମ ସେମି ଫାଇନାଲରେ କେରଙ୍ଗ ଦଳ ମଙ୍ଗଳା କ୍ଲବ ଖୋରଧା ଦଳକୁ ଭେଟିବେ ବୋଲି ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ମାର୍ଥା ସୂଚନା ଦେଇଛନ୍ତି।






