ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ନାବାଳିକା ଜଣକୁ ପ୍ରେମ ଜାଲରେ ଫସାଇ ଫେରାର ହୋଇଯିବା ଓ ପରେ ବିବାହ କରି ଶାରୀରିକ ନିର୍ଯ୍ୟାତନା ଦେବା ନେଇ ଥାନାରେ ହୋଇଛି ଅଭିଯୋଗ । ନାବାଳିକାର ଅଭିଯୋଗକୁ ଭିତିକରି ଗୋରୁମହିଷାଣୀ ପୁଲିସ୍ ସ୍ୱାମୀକୁ ଗିରଫ୍ କରିଛି । ସୂଚନାନୁସାରେ, ରାଇରଙ୍ଗପୁର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମବଣି ଗାଁର ସିଲୁ ବେହେରା ନାମକ ଜଝେ ଯୁବକ ତିରିଙ୍ଗ ଥାନା ଅଧିନରେ ଥିବା ବଡ଼ ଡାଳିମାର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପ୍ରେଲ ମାସରେ ନେଇ ଫେରାର ହୋଇଯାଇଥିଲା । ବିବାହ କରି କିଛିଦିନ ରହିବା ପରେ ନାବାଳିକାକୁ ମାରପିଟ୍ କରି ନିର୍ଯ୍ୟାତନା ଦେଇ ଅତ୍ୟାଚାର କରି ଆସୁଥିଲେ । ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଥିବା ସତ୍ତେ୍ୱ ଅତ୍ୟାଚାର ନ କମିବାରୁ ଝିଅର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ପୋକ୍ସ ଆଇନ୍ ସହ ବିଭିନ୍ନ ଦଫା ଲଗାଇ ସ୍ୱାମୀକୁ ଗିରଫ କରିଥିବା ଜଣାପଡିଛି ।