ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୁଲିସ ଆଜି ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ସଦେଇପୁର ଗ୍ରାମର ଶେଖ୍ ରାହିଲ ଅଲ୍ଲି, କଟକ ଓଡ଼ିଆବଜାରର ଶେଖ୍ ସେୱାଜ, ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧାର ଶେଖ କଲିମ । ପୁଲିସ ସୂଚନାନୁସାରେ, ପ୍ରେଟୋଲିଂ ବେଳେ ଏକ ଗାଡ଼ି ଏସଆର ପ୍ରେଟୋଲ ପମ୍ପଠାରୁ ପଛକୁ ଫେରୁଥିବା ଦେଖା ଯାଇଥିଲା । ଏହାକୁ ଦେଖି ପୁଲିସର ସନ୍ଦେହ ହେବାରୁ ଗାଡ଼ିକୁ ପିଛା କରାଯାଇଥିଲା । ସରିଗଣ୍ଡା ନିକଟରେ ପୁଲିସ ଗାଡ଼ିକୁ ଧରିଥିବା ବେଳେ ସେଥିରେ ବେଆଇନ ଭାବେ ୮ଟି ଗୋରୁ ଚାଲାଣ କରାଯାଉଥିବା ଦେଖାଯାଇଥିଲା । ପୁଲିସ ଗାଡ଼ି ସହ ଗୋରୁଙ୍କୁ ଉଦ୍ଧାର କରି ୩ ଜଣଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।





