ବଡ଼ମ୍ବା,(ବାଘୁଆବାର୍ତ୍ତା): ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ ଆସନ୍ତାକାଲି ରାସ୍ତା ଓହ୍ଲାଇବେ ଚାଷି । ଏନେଇ ଗୋପପୁର ବନ୍ଦ ଡାକରା ଦେଇଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ସେବା ସମବାୟ ସମିତିରେ ଟୋକନ ଅବଧି ଭିତରେ ଧାନ ବିକ୍ରି କରିନଥିବା ବେଳେ ଏବଂ ଟୋକନ ଅବଧି ସରିଯିବା ପରେ ଏବେ ରାସ୍ତା ଉପରେ ଧାନବସ୍ତା ରଖି ୧୦ତାରିଖ ବୁଧବାର ଦିନ ବଡ଼ମ୍ବା-ନରସିଂହପୁର ରାସ୍ତା ଅବରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି । ସେପଟେ ଟାର୍ଗେଟ ନଥିବା କହି ନିଜ ମୁଣ୍ଡରୁ ଦୋଷ ଛଡେଇ ଦେଇଛନ୍ତି ସେବା ସମବାୟ ସମିତିର କର୍ତ୍ତୁପକ୍ଷ । ଯଦି ଟାର୍ଗେଟ ନଥିଲା ତେବେ ଚାଷିଙ୍କୁ କାହିଁକି ଟୋକନ ଦିଆଯାଉଛି? ଯଦି ଟୋକନ ଦିଆଯାଉଛି ତେବେ କାହିଁକି ଧାନ କିଣା ହେଉନାହିଁ ବୋଲି ପ୍ରଶ୍ନ କରି ଗୋପପୁର ବନ୍ଦ ଡାକରା ଦେଇଛନ୍ତି ଗୋପପରୁ ପଞ୍ଚାୟତର ଚାଷି ।





