ପୁରୀ,(ବାଘୁଆବାର୍ତ୍ତା): ପ୍ରଥମେ ପ୍ରେମ କଲେ, ପରେ ପ୍ରତାରିତ ହେଲେ । ଏବେ ମନେ ମନେ ଚିନ୍ତା କରୁଛନ୍ତି ନା ଏ କୂଳର ହେଲି ନା ସେ କୂଳର ହେଲି । ଶେଷରେ ସମସ୍ତଙ୍କ ଠାରୁ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେଠାରେ ମଧ୍ୟ ନିରାଶ ହୋଇଛନ୍ତି ବିଫଳ ପ୍ରେମିକା । ଏଭଳି ଏକ ଘଟଣା ଆସିଛି ପୁରୀ ଜିଲ୍ଲା ଗୋପ ଅଞ୍ଚଳରୁ । ସୂଚନାନୁସାରେ, ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବରିମୁଣ୍ଡ ଅଞ୍ଚଳର ଜଣେ ଯୁବତୀ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରେମ ସଂପର୍କ ଆଗକୁ ବଢିଯାଇଥିଲା, ଯାହାଫଳରେ ଯୁବତୀ ଜଣକ ଉକ୍ତ ଯୁବକଙ୍କ ପାଖରେ ନିଜର ମନ ଯୌବନ ସବୁ ଅର୍ପଣ କରିଦେଇଥିଲା । କିନ୍ତୁ ଯୁବତୀ ବିବାହ କରିବାକୁ ବାରମ୍ବାର ଉକ୍ତ ଯୁବକଙ୍କୁ କହୁଥିଲେ ମଧ୍ୟ କର୍ଣ୍ଣପାତ କରୁନଥିଲା ଯୁବକ । ତେବେ ଏହି ଖବର ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ, ପରିବାର ଲୋକ ଗୋପ ବ୍ଲକ ନେତନପୁର ଅଞ୍ଚଳରେ ଝିଅର ବିବାହ ସ୍ଥିର କରିଥିଲେ । ତେବେ ବିବାହ ଦିନ ପରିବାର ଲୋକ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଧୋକାବାଜ ପ୍ରେମିକ ମିଛ ଫୋନ କଲ୍ ପାଇ ବିବାହ ବେଦୀ ଛାଡି ପ୍ରେମିକ ପାଖକୁ ଫେରି ଯାଇଥିଲା । ତେବେ ସେଠାରେ ଧୋକାବାଜ ପ୍ରେମିକ ପୁଣି ଧୋକା ଦେଇଥିଲା । ଯାହାଫଳରେ ସେ ବିବାହ କରି ପାରିନଥିଲା କି ପ୍ରେମିକର ନହୋଇ ନିରାଶ ହୋଇ ଶେଷରେ ଗୋପ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନିରାସ ହୋଇଛି ଯୁବତୀ । ପରେ ପୁଣି ଥରେ ଗୋପ ଥାନା ଅଧିକାରୀଙ୍କ ପାଖରେ ଯୁବତୀ ଜଣକ ସବୁ ବଖାଣିଥିଲା । ତେବେ ଗୋପ ଥାନା ଅଧିକାରୀ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ଧୋକାବାଜ୍ ପ୍ରେମିକ ଫେରାର ଅଛି । ଯଥାଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।





