ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ମା’ ଫାଉଣ୍ଡେସନ ସଂପାଦକ ରଂଜନ ରଶ୍ମୀ ଜେନା ଏବଂ ମାର୍ଶଲ ଆର୍ଟ ଏକାଡେମୀ ସଂପାଦକ ଭବାନୀ ଶଙ୍କର ରାୟଗୁରୁଙ୍କ ନେତୃତ୍ୱରେ ଆଜି ଏକ ସଚେତନତା ଶୋଭାଯାତ୍ରା ‘ପଲିଥିନ୍କୁ ନାଁ’ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ସ୍ଥଳରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବେଶ ପ୍ରେମୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଅଂଚଳକୁ ପଲିଥିନ୍ ମୁକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ପ୍ରସାଦ ସରପଂଚ ସୈାମ୍ୟରଂଜନ ପ୍ରଧାନ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ବୁଦ୍ଧିଷ୍ଟି ମାର୍ଶଲ ଏକାଡେମୀ କୋଚ୍ ନିରଂଜନ ସ୍ୱାଇଁଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ ।





