ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୈାରାଞ୍ଚଳ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ଗଳିକୁ ଦୀର୍ଘଦିନ ହେବ ଦୂଷିତ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ପାନୀୟ ଜଳ ଯୋଗାଣ ବିଭାଗ ନିଘା ନଥିବା ନେଇ ଏହି ସାହି ବାସୀ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷେ, ବିଶୁଦ୍ଧ ପାନୀୟ ଜଳ ମିଳୁନଥିବାରୁ ଅନେକ ପରିବାର ପାଣି କିଣି ବ୍ୟବହାର କରୁଥିବା ଜଣାଯାଇଛି ।





