ମୁନିଗୁଡ଼ା, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟରେ ଲୁଟ୍ । ଦୋକାନ ଖୋଲିବା ବେଳେ ଝାମ୍ପିନେଲେ ସୁନା ବ୍ୟାଗ୍ । ଲୁଟ୍ ସଂପର୍କରେ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ସୋମବାର ସକାଳୁ ସକାଳୁ ଅମ୍ବାଦଳା ନିକଟରେ ଥିବା ଏକ ଜୁଏଲାରୀ ମାଲିକ ଅଳଙ୍କାର ବ୍ୟାଗ୍ ରଖି ଦୋକାନର ସଟର ଖୋଲୁଥିଲେ । ଏହି ସମୟରେ ବାଇକ୍ରେ ଆସି ଦୁର୍ବୃତ୍ତମାନେ ଆସି ସୁନା ବ୍ୟାଗ୍କୁ ଝାମ୍ପି ନେଇଥିଲେ । ବ୍ୟାଗ୍ରେ ପ୍ରାୟ ଅଧ କିଲୋ ସୁନା ଅଳଙ୍କାର ଥିବା ଜଣାପଡିଛି । ତେବେ ଲୁଟ୍ ପରେ ଦୋକାନ ମାଲିକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୋକାନ ଏବଂ ଦୋକାନ ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ କରୁଛି ।





