Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହ୍ରାସ ପାଇଲା ସୁନା ଓ ରୁପା ଦର

by ସଞ୍ଜୟ ସ୍ୱାଇଁ
August 2, 2021
in Business
କାଲିଠାରୁ ଖୋଲିବ ସୁନା ଦୋକାନ
365
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଇଛି । ରୁପାର ଦାମ୍ ମଧ୍ୟ କମିଛି । ସୋମବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମସିଇରେ ସୁନା ଦର ୦.୧୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ରୁପାର ଦାମ୍ ବି ୦.୩ ପ୍ରତିଶତ କମିଛି । ଏମସିଇରେ ସୁନା ସୋମବାର ୧୦ ଗ୍ରାମ ପିଛା ୪୭୯୨୬ ଟଙ୍କାରେ କାରବାର କରୁଥିବା ବେଳେ ରୁପାର ଦାମ କେଜି ପିଛା ରହିଛି ୬୭୮୬୫ ଟଙ୍କା । ଗତ ସପ୍ତାହରେ ସୁନା ପ୍ରାୟ ୪୦୦ ଟଙ୍କା କମିଥିଲା । ରୁପାର ଦାମ୍ ମଧ୍ୟ ଅହେତୁକ ହ୍ରାସ ପାଇଥିଲା । ଭାରତୀୟ ବଜାର ନୁହେଁ, ବିଶ୍ୱ ବଜାରରେ ବି ସୁନା ଚମକ ହରାଇଛି । ଆଜିର ଦିନରେ ସୁନା ଆଉନ୍ସ ପିଛା ୧୮୦୯.୨୧ ଡଲାର ରହିଛି । ସେହିପରି ରୁପାର ଆଉନ୍ସ ପିଛା ଦାମ୍ ରହିଛି ୨୫.୩୭ ଡଲାର । ପ୍ଲାଟିନମର ଦାମ୍ ଆଉନ୍ସ ପିଛା ୦.୬ ପ୍ରତିଶତ ବୃଦ୍ଧି ପାଇ ୧୦୫୪.୭୨ ଡଲାର ହୋଇଯାଇଛି । ଗତବର୍ଷ ଅଗଷ୍ଟ ତୁଳନାରେ ଏବେ ସୁନାର ଦାମ୍ ୮୨୭୪ ଟଙ୍କା କମିଛି । ଗତବର୍ଷ ଅଗଷ୍ଟରେ ୧୦ ଗ୍ରାମ ସୁନାର ଦାମ ୫୬୨୦୦ ଟଙ୍କା ଥିଲା । ଯାହା ଏବେ ୪୭୯୨୬ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!